ନେସ୍କୋ ପାଇଲା " ପ୍ରକୃତିମିତ୍ର " ପୁରସ୍କାର
Nesco wins Nature Friend award.
ନୟାଗଡ଼ ----ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ୨୦୨୨ ମସିହା ପାଇଁ ଡମପଡା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନ୍ଯାସନାଲ ଇଲାଇଟ ସୋସିଆଲ ଆଣ୍ଡ କଲଚୁରାଲ ଅର୍ଗାନାଇଜେସନ ( ନେସ୍କୋ ) କୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । " ବିଶ୍ବ ପରିବେଶ ଦିବସ " ପାଳନ ଅବସରରେ ଭୂବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଏହି ପୁରଷ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ମୂଖ୍ୟ ଶାସନ ସଚିବ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ , ଓଡିଶା ତଥା ସେଣ୍ଟର ଫର ଏନଭିରୋଂମେଣ୍ଟ ଷ୍ଟଡିର ମାନନୀୟା ଅଧ୍ୟକ୍ଷା ଡକ୍ଟର ମୋନା ଶର୍ମା , ସମ୍ମାନିତ ଅତିଥି ଭାବେ ସେଣ୍ଟର ଫର ଏନଭିରୋଂମେଣ୍ଟ ଷ୍ଟଡିର ମାନ୍ଯବର ନିର୍ଦ୍ଦେଶକ ଶ୍ରୀ ରାଜୀବ କୁମାର ଓ ରାଜ୍ୟ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ,ଓଡ଼ିଶାର ନିର୍ଦ୍ଦେଶକ ସୁଶାନ୍ତ କୁମାର ନନ୍ଦ " ପ୍ରକୃତିମିତ୍ର " ପୁରଷ୍କାର ରାଶି ବାବଦକୁ ଟ. ୨୦,୦୦୦/-(କୋଡିଏ ହଜାର ଟଙ୍କା)ର ଚେକ୍ ଓ ମାନପତ୍ର ଅନୁଷ୍ଠାନର ସମ୍ପାଦକ ବଳରାମ ପାଇକରାୟଙ୍କୁ ପ୍ରଦାନ କରିଛନ୍ତି । ଏଥିପାଇଁ ଅନୁଷ୍ଠାନ ତରଫରୁ ଓଡିଶା ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଇଛି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,



