ads

Breaking News

ଟଙ୍କା ନେଇ ଘର କରୁନଥିବା ହିତାଧିକାରୀ ମାନଙ୍କୁ ସଚେତନତା କରାଗଲା ; ଦୁଇ ମାସ ମଧ୍ୟରେ ଘର କର, ନଚେତ ଦୃଢ଼ କାର୍ଯ୍ୟନୁଷ୍ଠାନ

  Beneficiaries who were not housed with money were warned; Do your homework within two months, or take firm action


ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକରେ ୨୦୧୮ରୁ ୨୦୨୧ ମଧ୍ୟରେ କିଛି ହିତାଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବର୍ଷରେ ଆବାସ ଯୋଜନା ଗୃହ ପାଇଛନ୍ତି । ସେଥିପାଇଁ ସେମାନେ ମଧ୍ୟ କିଛି କିଛି ଟଙ୍କା ମଧ୍ୟ ପାଇଛନ୍ତି । ଟଙ୍କା ପାଇବା ପରେ ସେ ଟଙ୍କା ଖର୍ଚ୍ଚ କରିଦେଇ ଘର ନିର୍ମାଣ କରିନାହାନ୍ତି । ଏହି ଅବସରରେ ସତ୍ୟବାଦୀ ବ୍ଳକର ମଧୁବନ ଗ୍ରାମ ପଞ୍ଚାୟତରେ ୨୨ଜଣ ହିତାଧିକାରୀ ଟଙ୍କା ନେଇ ଘର କରିନଥିବା ଜଣାପଡିଛି । ଏମାନଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ନୋଟିସ ଦିଆଯାଇଥିଲେ ମଧ୍ୟ ସେମାନେ କିଛି ଶୁଣୁନଥିବା ଜଣାପଡିଛି । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା ଓ ବ୍ଳକର ଆବାସ ଯୋଜନା ଦାୟତ୍ୱରେ ଥିବା ଅଧିକାରୀଙ୍କ ସହିତ ସ୍ଥାନୀୟ ସରପଞ୍ଚ କାନ୍ତିଲତା ପରିଡା ଓ ସମିତସଭ୍ୟ ପୁଷ୍ପଲତା ସାହୁ ଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଡକାଇ ଏକ ଆଲେଚନା ସହ ସଚେତନତା କରାଯାଇଥିଲା । ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସମସ୍ତ ହିତାଧିକାରୀ ମାନଙ୍କୁ ନିବଦେନ କରିଥିଲେ ତୁରନ୍ତ ଘର କରିବା ପାଇଁ । ସେହିପରି ବିଡିଓ ସମସ୍ତ ହିତାଧିକାରୀ ମାନଙ୍କୁ ଦୁଇ ମାସ ମଧ୍ୟରେ ଘର କାମ ଶେଷ କର ନଚେତ ଆପଣ ମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ବୋଲି କହିଥିବା ଜଣାପଡିଛି । ଏହାକୁ ନେଇ ଅନ୍ୟ ପଞ୍ଚାୟତରେ ଘର କରିନଥିବା ହିତାଧିକାରୀ ମାନେ ଚିନ୍ତାରେ ପଡିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୨---୫,୨୫    Sakhigopal News , 6/5/2022

ads

Blog Archive

Popular Posts