ଓଡ଼ଗାଁ ଏନ୍ଏସି ରୁ ଜବରଦଖଲ ଉଛେଦ ଆରମ୍ଭ
Forcible evictions begin from Odgaon NAC.
ଓଡ଼ଗାଁ:- ଓଡ଼ଗାଁ ତହସିଲ ଓ ଏନ୍ଏସି ପ୍ରଶାସନ ର ମିଳିତ ଉଦ୍ୟମରେ ଆଜି କଦଳୀବନ୍ଧ ଠାରୁ ରାମ ସାଗର ପାର୍କ ମଧ୍ଯରେ ଜବରଦଖଲ କରାଯାଇଥିବା ବେଆଇନ ନିର୍ମାଣ କୁ ଉଛେଦ କରାଯାଇଛି। ରାମ ସାଗର ପାର୍କ ଆଗରେ ଥିବା ମାଛ ମାର୍କେଟ, ସ୍ମାର୍ଟ ଶ୍ମଶାନ ରାସ୍ତା ପାର୍ଶ୍ୱ ରେ ଥିବା ନିର୍ମାଣ,ଗଣେଶ ବଜାର ନିକଟରେ ଥିବା ନିର୍ମାଣ, ଥାନା ଆଗରେ ଥିବା ଉଠାଦୋକାନ, ଓଡ଼ଗାଁ ପେଟ୍ରୋଲ ପମ୍ପ ଆଗରେ ଥିବା ବେଆଇନ ପାଚେରୀ ଓ ଘର ଉଛେଦ କରାଯାଇଛି।
ଓଡ଼ଗାଁ ଏନ୍ଏସି ରେ ଦିନକୁ ଦିନ ଜବର ଦଖଲକାରୀଙ୍କ ସଂଖ୍ଯା ବ୍ରୁଦ୍ଧି ପାଉଛି । ଏନ୍ଏସି ପ୍ରଶାସନ ଦ୍ୱାରା ମଧ୍ଯ ଜବର ଦଖଲକାରୀଙ୍କ ବେଆଇନ୍ ନିର୍ମାଣ କୁ ଉଛେଦ କରାଯାଉଛି। ଆଜିର ଏ ଉଛେଦ କାର୍ଯ୍ୟ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ଜେନା, ରାଜସ୍ବ ନିରୀକ୍ଷକ ବଳରାମ ସାହୁ, ତହସିଲଦାର ବିଜୟିତା ସାମନ୍ତସିଂହାର, ଉପସ୍ଥିତ ରହିବା ସହ ଉଛେଦ ସମୟରେ କୌଣସି ବାଧା କୁ ବନ୍ଦ କରିବା ପାଇଁ ଏବଂ ଶାନ୍ତିଶୃଙ୍ଖଳା ପାଇଁ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଙ୍କ ତତ୍ତ୍ବାବଧାନ ରେ ଓଡ଼ଗାଁ ପୋଲିସ ଓ ରଣପୁର ସ୍ପେଶାଲ ସ୍କ୍ୱାର୍ଡ ଉପସ୍ଥିତ ରହିଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୫/୫/୨୨---୧୦,୨୫ Sakhigopal News,5/5/2022




