ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବ୍ଳକ ଅଧ୍ୟକ୍ଷ
The Swachh Bharat program was inaugurated by the Block President
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ ବିଡିଓ କ୍ଷୀରୋଦ କୁମାର ବେହେରା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଚିନ୍ମୟୀ କ୍ରିଷ୍ଣାବେଣୀ ଭଞ୍ଜ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଦୁଗଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଗ୍ରାମ ମାନଙ୍କରୁ ବର୍ଜ୍ୟବସ୍ତୁ ସଂଗ୍ରହ ଟ୍ରଲିକୁ ବ୍ଳକ ଅଧ୍ୟକ୍ଷ ଓ ବିଡିଓ ହାତ ହଲାଇ ଉଦଘାଟନ କରିଥିଲେ । ଗ୍ରାମ ମାନଙ୍କରେ ପଡି ରହିଥିବା ପଲିଥିନି, କାଚ, ଜରି ଘରର ପନିପରିବାଚୋପା ଏବେ ଏହି ଗାଡି ନେଇ ଆସିବ । ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ଗ୍ରାମର ପାୟ ଶତାଧିକ ମହିଳାମାନେ ଉପସ୍ଥିତ ରହିଥିଲେ । ଏହା ସହିତ ଡିଆରଡିଏର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସାମାଜିକ କର୍ମୀ କାଳୁ ଚରଣ କାଣ୍ଡି ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟରେ ୫ଗୋଟି ୱାର୍ଡରୁ ବଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଆଗାମି ଦିନରେ ପଞ୍ଚାୟତର ସମସ୍ତ ୱାର୍ଡରେ ଏହି ସ୍ୱଚ୍ଛ ଭାରତ ଅଭିଯାନ ଟ୍ରଲି ବୁଲିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତି ଭଞ୍ଜ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୨----୫,୪୦ Sakhigopal News, 6/5/2022




