କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା" ଜାଗୁଲାଇ
Katyayani appeared in the guise of her mother, Jagulai.
ଜଟଣୀ ------ ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା" ଜାଗୁଳାଇଙ୍କ ବାସନ୍ତିକ୍ ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ବୁଧୁବାର ଷଷ୍ଠ ଦିନରେ ପଦାର୍ପଣ କରିଛି। ବିଧି ଅନୁଯାୟୀ ସକାଳେ ସୂର୍ଯ୍ୟ ପୂଜା, ସନ୍ଧ୍ୟାରେ ମହାସ୍ନାନ କରାଯାଇ ମା"ଙ୍କୁ କାତ୍ୟାୟନୀ ବେଶରେ ସଜ୍ଜିତ କରାଯାଇ ଥିଲା। ବେଶକୁ ଶ୍ରଦ୍ଧାଳୁ ମାନେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଦର୍ଶନ କରିଥିଲେ। ଷୋଡ଼ଶ ଉପଚାର ପୂଜା, ସପ୍ତସତୀ ଚଣ୍ଡିପାଠ କରାଯିବା ସହିତ ହୋମୋଯଜ୍ଞ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଗୁରୁବାର ସପ୍ତମ ଦିନ ହେଲେ ମଧ୍ୟ ଶୁକ୍ରବାର ମହାସପ୍ତମୀ ପଡୁଥିବାରୁ ଆସନ୍ତାକାଲି କୁ ବିଶ୍ରାମ ଦିବସ ରଖାଯାଇଛି। କୌଣସି ବେଶ ନହେଲେ ମଧ୍ୟ ସମସ୍ତ ରୀତି କାନ୍ତି କରାଯିବ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଥିଲେ। ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ସଭାପତି ରାଧା ମୋହନ ପଟ୍ଟନା, କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଶେଖର ପଣ୍ଡା, ଉପସଭାପତି ପବିତ୍ରମୋହନ ରଣସିଂହ, ତ୍ରିନାଥ ପାଟ ସାହାଣୀ, କୋଷାଧ୍ୟକ୍ଷ ଅଶୋକ କୁମାର ଦାସ, ବାଉରୀ ବନ୍ଧୁ ସାହାଣୀ, ସତିଶ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଶଶିକାନ୍ତ ଲିପା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୬/୪/୨୦୨୨----୮,୪୬ Sakhigopal News,6/4/2022



