ads

Breaking News

ଲବଣଗିରି ମହିମା ଆଶ୍ରମରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ


The annual festival is held at the Labangiri Mahima Ashram

ଜଟଣୀ : -----ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଜାମୁକୋଳି ଗ୍ରାମ ନିକଟ ଲବଣଗିରି ମହିମା ଆଶ୍ରମରେ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମଠଧୀଶ ସାଧୁ ଅନାମ ଚରଣ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିମା ସମାଜର ସଭାପତି ହରେକୃଷ୍ଣ ବାବା, ହରମୋହନ ଦାସ,ପବିତ୍ର ଦାସ ଏବଂ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ଉପସ୍ଥିତ ଥିଲେ ।  ହିନ୍ଦୁ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ । ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ 38 ବର୍ଷ ହେଲାଣି ଏହି ଲବଣଗିରି ମହିମା ଆଶ୍ରମରେ ଅବସ୍ଥାପିତ ଅଛନ୍ତି । ଆଶ୍ରମରେ ପ୍ରତିବର୍ଷ ଏହି ମହିମା ମହୋତ୍ସବ ଆୟୋଜିତ ହୋଇଥାଏ । 36 ବର୍ଷ ହେଲାଣି ଏଠାରେ ଆଖପାଖ ଅଞ୍ଚଳର ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଅନୁଗାମୀ ମାନଙ୍କୁ ଏକାଠି କରି ସାଧୁ ଅନାମ ଚରଣ ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ହେଲାଣି ଭକ୍ତ ମାନଙ୍କର ସମାଗମ ହୋଇ ପାରୁନଥିଲା ।     ବିପଥଗାମୀ ମଣିଷ ମାନଙ୍କୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଏହି ଆଶ୍ରମରେ ଦୈନିକ ଜ୍ଞାନ ଚର୍ଚ୍ଚା, ସାଧୁବାଣୀ, ଶାସ୍ତ୍ର ଆଲୋଚନା ହୋଇଥାଏ । ଲବଣଗିରି ମହିମା ଆଶ୍ରମରେ ଏହି ବ୍ରହ୍ମ ଯଜ୍ଞ ପାଇଁ ବୁଧବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା । ବ୍ରହ୍ମ ଧ୍ୱନିରେ ଘୃତାହୁତି,ବ୍ରାହ୍ମନାମ ଭଜନ ସହ ସନ୍ଧ୍ୟା ସମୟରେ ସମୂହ ପ୍ରାର୍ଥନା ଏବଂ ଜ୍ୟୋତି ଅର୍ପଣ କରାଯାଇଥିଲା । ଆସନ୍ତାକାଲି ଗୁରୁବାର ବ୍ରହ୍ମ ମୁହୂର୍ତ୍ ସମୟରେ ପୂର୍ଣ୍ଣାହୁତି ଏବଂ ବାଲ୍ୟଲୀଳା କାର୍ଯ୍ୟକ୍ରମ ରହିଥିବା ଆଶ୍ରମ ପକ୍ଷରୁ ସୂଚନା ମିଳିଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୪/୨୦୨୨---- ୮,୪୦  
 Sakhigopal News,6/4/2022

ads

Blog Archive