ads

Breaking News

ମୋବାଇଲ୍ ଦେଖାଇବାକୁ ଡ଼ାକିନେଇ , ୫ ବର୍ଷର ଝିଅକୁ ଦୁଷ୍କର୍ମ , ଯୁବକ ଗିରଫ

A 5-year-old girl has been charged with felony criminal mischief for firing on a sculpture with a shotgun
    ଭଞ୍ଜନଗର--- ମୋବାଇଲ୍ ଦେଖାଇବାକୁ ଡାକିନେଲା । ସୁଯୋଗ ପାଇ ଦୁଷ୍କର୍ମ କଲା ଯୁବକ । ତାହା ପୁଣି ଗୋଟିଏ ୫ ବର୍ଷର ଝିଅକୁ ।  ଏମିତି ଅମାନୁଷିକ ଘଟଣା ନଜରକୁ ଆସିଛି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ଯୁବକକୁ ଗିରଫ କରି ଜେଲ୍ ହାଜତକୁ ପଠାଇଛି ପୋଲିସ । ମିଳିଥିବା ସୂଚନା ପ୍ରକାରେ  ବିକାଶ ପୋଲାଇ (୨୨) ନାମକ ଯୁବକ , ଜଣେ ୫ ବର୍ଷ ର ଝିଅକୁ ମୋବାଇଲ ଦେଖାଇବାକୁ ବାହାନା କରି ସନ୍ଧ୍ୟା ରେ ଡାକି ନେଇଥିଲା ଏକ ନିକାଞ୍ଚନ ସ୍ଥାନକୁ । ସେଠାରେ ମୋବାଇଲ୍ ଦେଖାଇବା ବଦଳରେ ତାକୁ ଦୁଷ୍କର୍ମ କରିଥିଲା । ପରେ ଘଟଣାକୁ କିଛି ବୁଝିନପାରି , ଛୋଟ ଝିଅଟି ଘର ଲୋକଙ୍କୁ କହିଥିଲା । ଏହାପରେ ଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ ହେବାପରେ , ଘଟଣାର ତଦନ୍ତ କରିଥିଲା ପୋଲିସ । ଅଭିଯୁକ୍ତ କୁହାଯାଉଥିବା ଯୁବକ କୁ ଗିରଫ କରି ପଚରାଉଚରା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା । ଡାକ୍ତରୀ ପରୀକ୍ଷା ପରେ , ୧୩୦/୨୨ ରେ ପୋକ୍ସୋ ଆଇନ୍ ରେ ଏକ ମାମଲା ରୁଜୁ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା ପୋଲିସ ।

ads

Blog Archive