ପାଣ୍ଡେରିପଡା ପଞ୍ଚାୟତରେ ହେଲା ଆଲୋକୀକରଣ
The illumination took place in Panderipada panchayat.
ଓଡ଼ଗାଁ:- ----ଓଡ଼ଗାଁ ବ୍ଲକ ପାଣ୍ଡେରିପଡା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ରାଉତ ଆଜି ପ୍ରତିନିଧି ମାନଙ୍କ ଦ୍ୱାରା ପଞ୍ଚାୟତର ଅସଜଡା, ଖରାପ ଲାଇଟ୍ କୁ ମରାମତି କରି ପଞ୍ଚାୟତରେ ଆଲୋକୀକରଣ ସୁବ୍ୟବସ୍ଥା କରିଛନ୍ତି। ଏହା ସରପଞ୍ଚ ହେବା ପରେ ଶ୍ରୀମତୀ ରାଉତଙ୍କ ପ୍ରଥମ ପଦକ୍ଷେପ । ଲୋକେ ସରପଞ୍ଚ ଙ୍କ ଠାରୁ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ ଆଶା କରୁଛନ୍ତି। ନବନିର୍ବାଚିତ ସରପଞ୍ଚ ଶ୍ରୀମତୀ ରାଉତଙ୍କୁ ଏନେଇ ସ୍ୱତନ୍ତ୍ର ଭାବେ ସାକ୍ଷାତକାର କରି ପଚାରିବାରେ, ଆଜି ସମୁଦାୟ ୧୫ ଟି ଖରାପ ଲାଇଟ୍ କୁ ମରାମତି କରିବା ପରେ ତାକୁ ସଜାଡ଼ି ନୂତନ ଭାବେ ଲାଇଟ୍ ଲଗାଯାଇଛି ବୋଲି ସେ କହିଛନ୍ତି। ଏବଂ ପଞ୍ଚାୟତ ର ବାକି ଅନ୍ଧକାର ଥିବା ସ୍ଥାନ ରେ ଆଗାମୀ ୨ ମାସ ଭିତରେ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି।
ଏଠାରେ ସୂଚନା ଥାଉକି, ଗତ ୮/୧୨/୨୧ ରେ ପାଣ୍ଡେରିପଡା ପଞ୍ଚାୟତ ରେ ଗଠନ ହୋଇଥିବା ବିକାଶ ମଞ୍ଚ ପ୍ରଥମେ ଆଲୋକୀକରଣ କରାଯିବା ସମ୍ପର୍କରେ ପଞ୍ଚାୟତ ଭିଏଲଡବ୍ଳ୍ୟୁ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହା ସହିତ ଏନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା। ତେଣୁ ସାଧାରଣ ଲୋକେ ବିକାଶ ମଞ୍ଚ ସହ ଗଣମାଧ୍ୟମ କୁ ଧନ୍ଯବାଦ ଅର୍ପଣ କରିଛନ୍ତି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୫/୩/୨୨---୯,୦୫ Sakhigopal News,5/4/2022



