ads

Breaking News

ମା" ଜଗୁଲାଇଙ୍କ ସ୍କନ୍ଦ୍ମମାତା ବେଶ

 Jagulai's mother-in-law is beautiful.
 

ଜଟଣୀ ------ ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା" ଜାଗୁଳାଇଙ୍କ ବାସନ୍ତିକ୍ ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ମଙ୍ଗଳବାର ପଞ୍ଚମ ଦିନରେ ପଦାର୍ପଣ କରିଛି। ବିଧି ଅନୁଯାୟୀ ସକାଳେ ସୂର୍ଯ୍ୟ ପୂଜା, ସନ୍ଧ୍ୟାରେ ମହାସ୍ନାନ କରାଯାଇ ମା"ଙ୍କୁ ସ୍କନ୍ଦ୍ମମାତା ବେଶରେ ସଜ୍ଜିତ କରାଯାଇ ଥିଲା। ମା" ଆଜି ଚତୁର୍ଭୁଜାରେ ପଦ୍ମ, ଦକ୍ଷିଣ ହସ୍ତେ ସନ୍ତାନକୁ କୋଳରେ ଧରି ବାମ ହସ୍ତେ ସଂସାରକୁ ଆଶୀର୍ବାଦ ମୁଦ୍ରା ଏକ ଅପୂର୍ବ ଶୋଭା ବିମଣ୍ଡିତ ହୋଇ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଷୋଡ଼ଶ ଉପଚାର ପୂଜା, ସପ୍ତସତୀ ଚଣ୍ଡିପାଠ କରାଯିବା ସହିତ ହୋମୋଯଜ୍ଞ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା।  ଆସନ୍ତାକାଲି ଷଷ୍ଠ ଦିନରେ ମା" କାତ୍ୟାୟନୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଥିଲେ। 
ଆଜିର ନୀତି କାନ୍ତି ଓ କୋଠ ଭୋଗ ପାଇଁ ସମସ୍ତ ଖର୍ଚ୍ଚ କଟକ ନିବାସୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ବହନ କରିଥିଲେ ବୋଲି  ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଜଣାଇଥିଲେ। ଆଜି କାର୍ଯ୍ୟକ୍ରମ କୁ କମିଟିର ସଭାପତି ରାଧା ମୋହନ ପଟ୍ଟନାୟକ, ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶ୍ରୀ ଲକ୍ଷ୍ମୀଧର ପାଟସାହାଣୀ, ଭାସ୍କର ହରିଚନ୍ଦନ, ଉପେନ୍ଦ୍ର ରାଉତରାୟ, ରଙ୍କନିଧି ପଟ୍ଟନାୟକ, କମିଟିର ସଭ୍ୟ ତଥା ନବନିର୍ବାଚିତ ଜଟଣୀ ନଗରପାଳ ଶ୍ରୀ ଅନନ୍ତ ବେହେରା, କାଉନସିଲର ଶଶାଙ୍କ ଶେଖର ରାୟ, କାର୍ତ୍ତିକ ସାହାଣୀ ଓ ଦୀପ୍ତିମାନ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୪/୨୦୨୨--୮,୫୫ Sakhigopal News,5/4/2022

ads

Blog Archive

Popular Posts