ପୂର୍ବତନ ଉପାଧ୍ୟକ୍ଷଙ୍କ ମୃତ୍ୟୁକୁ ନେଇ ଶୋକ ଦିବସ
Day of mourning over the death of the former vice president.
ଭଞ୍ଜନଗର-- ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ,ବି.ଡି.ପୁରର ଛାତ୍ର ସଂଗଠନ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଅଶ୍ବିନୀ କୁମାର ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ବିଡିପୁର କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ପ୍ରସାଦ ବ୍ଲକ୍ ର ପୂର୍ବତନ ଉପାଧ୍ୟକ୍ଷ ତଥା ମହାବିଦ୍ୟାଳୟ ଛାତ୍ର ସଂସଦର ୩ଥର ପୂର୍ବତନ ସଭାପତି ସ୍ବର୍ଗତ ହିମାଂଶୁ ଶେଖର ବାରିକ(ପାକୁ ଭାଇ)ଙ୍କ ବିୟୋଗରେ ଶୋକସଭା ଓ ଅଶ୍ରୁଳ ଶ୍ରଦ୍ଧାଞଳି ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ର ସଂଗଠନ ପକ୍ଷରୁ ଛାତ୍ର ଅଶ୍ବିନୀ ମହାନ୍ତିଙ୍କ ଦ୍ବାରା ୨ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞଳି ପ୍ରଦାନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀ ସାଇସମୀର, ତରୁଣକାନ୍ତ, ସାଇସୃତି,ସ୍ମିତା,ପୂଜାରାଣୀ,ରଶ୍ମି,ସୁନୀଲ୍,ଗିରିଧାରୀ ପ୍ରମୁଖ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୪/୨୦୨୨----୯,୧୫ Sakhigopal News,5/4/2022




