ads

Breaking News

ନୀଳଗିରି ଥାନ ଆଇଆଇସିଙ୍କୁ ଗିରଫ ଦାବି କଲା ସଇଁତଲା ସାମ୍ବାଦିକ ସଂଘ ; କଳାବ୍ୟାଚ ପିନ୍ଧି ଥାନା ଆଗରେ ପ୍ରତିବାଦ


Nilgiri Thana IIC demands arrest of Saintala Press Association; Protesters in front of the police station wearing black patches

ବଲାଙ୍ଗିର:ସଇଁନ୍ତଲା,/ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରତି ଦୃବ୍ୟବହାର ବଢ଼ିବାରେ ଲାଗିଛି ‌‌ ଯାହା ଦ୍ଵାରା ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଥାନା ଆଇଆଇସି କାର୍ଯ୍ୟରତ ସମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସର ଅମାନବୀୟ ନିର୍ଯ୍ୟାତନା ସହ ଗୋଡ଼ରେ ବେଡି ପକାଇ ବାନ୍ଧିବା ଘଟଣାକୁ ଆଜି ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ ଦୃଢ ନିନ୍ଦା କରିବା ସହ ସଇଁନ୍ତଲା ଥାନ ସମ୍ଭୁଖରେ ନୀଳଗିରି ଥାନା ଆଇଆଇସି କୁ ଗିରଫ କରିବା ସଙ୍ଗେ ସଙ୍ଗେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଇଁନ୍ତଲା ସାମ୍ବାଦିକ ସଂଘ ପକ୍ଷରୁ ଥାନା ଆଗରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ନୀଳଗିରି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସରକାର ଆଇନ ଆଣିବା କଥା ବୋଲି ଦାବିକରିଛନ୍ତି । ବିରୋଧ ପ୍ରଦର୍ଶନୀ ସଭାରେ ସାମ୍ବାଦିକ ଦୟାନିଧି ସାହୁ, ଦେବେନ୍ଦ୍ର ଯୋଶୀ, ତରୁଣ ବେହେରା, ରାଖାଳ ଶତପଥୀ, ଅଜିତ ସାହୁ, ନାରାୟଣ ସାହୁ, ରଞ୍ଜନ ବାଗ, ରଞ୍ଜନ କୁମାର ବାଗ, ପୃଥ୍ୱୀରାଜ ବକୁଳ ଓ ଅବିନାଶ ନନ୍ଦ,ଗୋକୁଳାନନ୍ଦ ବଗର୍ତ୍ତି ,ପ୍ରଦୀପ ବାଗ ପ୍ରମୁଖ ପ୍ରତିବାଦ ସଭାରେସାମିଲ ହୋଇଥିଲେ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ ,୮/୪/୨୦୨୨----୩,୫୫  
Sakhigopal News,8/4/2022

ads

Blog Archive