ads

Breaking News

ପୂର୍ବଶତ୍ରୃତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ,; ଜଣେ ଆହତ

 Quarrels between the two families over the former enmity,; One was injured .
ଭଞ୍ଜନଗର-- ତାରସିଂ ଥାନା ଅନ୍ତର୍ଗତ ସାରଙ୍ଗପଟା ଗ୍ରାମରେ ପୂର୍ବଶତ୍ରୃତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହୋଇଛନ୍ତି । ତାଙ୍କ ନାମ ସନାତନ ବେହେରା । ଖବର ନେବାରେ ସରୋଜ କହିଁର ଓ ସନାତନ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବହୁଦିନ ହେଲା ଝଗଡା ଲାଗି ରହିଥିଲା । ବୁଧବାର ସକାଳୁ ସରୋଜ ଆସି ସନାତନଙ୍କ ଘର ସମୁଖରେ ଗାଳିଗୁଲଜ କରିଥିଲେ । ସନାତନ ଏହି ଘଟଣାକୁ ନେଇପଚାରିବାରୁ ସରୋଜ ରାଗିଯାଇ  ସନାତନର ମୁଣ୍ଡକୁ କାଠପାଳିଆରେ ପିଟି ଦେବାରୁ ସନାତନ ଗୁରୁତର ହେଇପଡିଥିଲେ ।ତାକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିଲା ।ଏହି ଘଟଣାକୁ ନେଇ ତାରସିଂ ଥାନାରେ ସନାତନ ବାପା ବିଜୟ ବେହେରା ଲିଖିତ ଅଭିଯୋଗ କରିବା ପରେ ତାରସିଂ ଥାନା କେସନଂ ୧୦୫/୨୨ରେ ମାମଲା ରୁଜୁ କରିବ ସହ ତଦନ୍ତକରି ଅଭିଯୁକ୍ତ ସରୋଜ କହିଁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୪/୨୦୨୨----୮,୫୫   Sakhigopal News,7/4/2022

ads

Blog Archive