ads

Breaking News

ବିଦ୍ୟାଳୟ ର ପ୍ଲାଟିନମ୍ ଜୁବଲି ପାଇଁ ଏକ ପ୍ରସ୍ତୁତି ବୈଠକ

 A preparatory meeting for the school's Platinum Jubilee.
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର (ପ୍ଲାଟିନମ୍ ଜୁବଲି) ୭୫ ବର୍ଷ ପୂର୍ତ୍ତି  ପାଳନ ପାଇଁ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପରିଚାଳନା କମିଟି ର ଅଧ୍ୟକ୍ଷ ଏକାଦଶୀଆ ହଟେଇ ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ବାରିକ ସ୍ଵାଗତ ଭାଷଣ ଦେଇଥିଲେ। ଆଗାମୀ ଜୁଲାଇ ମାସ ସୁଦ୍ଧା ସମସ୍ତଙ୍କ ସହିତ ସମନ୍ଵୟ ରକ୍ଷା କରି ଭଲ ଭାବରେ ପ୍ଲାଟିନମ୍ ଜୁବଲି  ପାଳନ କରାଯିବ, ସେ ବିଷୟରେ ଅଧିକ ଆଲୋଚନା ହୋଇଥିଲା। ଏହି ସମୟରେ ପୂର୍ବତନ ଛାତ୍ର ଡାଃ ମନୋରଞ୍ଜନ ମେହେର, ରାମଜୀ ରଣା, ଗୋପାଳ ସେଠ୍, ବିଜୟ କୁମାର ଜେଶୱାଲ, ବିକ୍ରମ ଭୋଇ, ବଲରାମ ମହାନନ୍ଦ, ଅକୁଂର ପ୍ରଧାନ, ହରମୋହନ ସେଠ, ଗଙ୍ଗାଧର ମେହେର, ପ୍ରଭଞ୍ଜନ ଶତପଥୀ, ବଳଦେବ ରଣା, ରୋହିତ କଲେତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ୭ ତାରିଖ ଅପରାହ୍ନ ୪ ଟା ସମୟରେ ଏକ ବୈଠକ ଅନୁଷ୍ଠିତ ହେବ, ସମସ୍ତ ପୁରାତନ ଛାତ୍ର ଓ ବର୍ତମାନର ଛାତ୍ରଛାତ୍ରୀ ମାନେ ଯୋଗଦେଇ ନିଜ ମତାମତ ଉପସ୍ଥାପନ କରିବେ। ପରିଶେଷରେ ପର୍ଶୁରାମ ପାତ୍ର ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୪/୨୦୨୨, ୮,୪୫   Sakhigopal News,3/4/2022

ads

Blog Archive

Popular Posts