ads

Breaking News

ମା" ଜାଗୁଳାଇଙ୍କ ବାସନ୍ତିକ୍ ଦୂର୍ଗାପୂଜା, ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମା

Mother "Jagulai's Basantik Durga Puja, Mother appeared in the form of a moonlight.

ଜଟଣୀ ----- କୁଦିଆରି  ଗ୍ରାମଦେବୀ ମା" ଜାଗୁଳାଇଙ୍କ ବାସନ୍ତି ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ତୃତିୟ ଦିନ  । ସକାଳେ ସୂର୍ଯ୍ୟ ପୂଜା, ସନ୍ଧ୍ୟାରେ ମହାସ୍ନାନ କରାଯାଇ ମା"ଙ୍କୁ ଚନ୍ଦ୍ରଘଣ୍ଟା ବେଶରେ ସଜ୍ଜିତ କରାଯାଇ ଥିଲା। ମା" ଆଜି ସିଂହ ବାହିନୀ, ଦଶ ଭୁଜା ପରିହିତା ସମସ୍ତ ଅସ୍ତ୍ର ଶସ୍ତ୍ର ଧରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।  ଷୋଡ଼ଶ ଉପଚାର ପୂଜା, ଚଣ୍ଡିପାଠ କରାଯିବା ସହିତ ହୋମୋଯଜ୍ଞ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଆଜି ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଦିବ୍ୟବେଶ ଦର୍ଶନ କରିବା ପାଇଁ ଭିଡ ଜମାଇବା ସହିତ ମା"ଙ୍କ ସ୍ନାନ ପାଣି ପାଇଥିଲେ । କୁହାଯାଏ ଯେ ସ୍ନାନ ପାଣି ପାନ କରିବାଦ୍ୱାରା ସମସ୍ତ ପେଟ ରୋଗ ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଆସନ୍ତାକାଲି ଚତୁର୍ଥ  ଦିନରେ ମା କୁସ୍ମାଣ୍ଡା ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ଜଣାଇଛନ୍ତି।  କର୍ତ୍ତା କର୍ତ୍ତି ଭାବେ ସୋର୍ଣ୍ଣଲତା କରଙ୍କ ସହିତ ଅଭିରାମ କର ରହିଛନ୍ତି ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ର ସଭାପତି ରାଧା ମୋହନ ପଟ୍ଟନାୟକଙ୍କ ସହିତ ସରୋଜ ପାଇକରାୟ, ରବିନାରାୟଣ ପଣ୍ଡା, ବିବେକ ଦଳାଇ, ଶିଲୁ ସାମନ୍ତରାୟ, ଦେବେନ୍ଦ୍ର ବେହେରା, ଚର୍ଚିଲ ଦାସ ଓ ପ୍ରମୋଦ ସାହୁ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୪/୨୦୨୨------୮,୩୫ Sakhigopal News, 3/4/2022

ads

Blog Archive

Popular Posts