ରାଷ୍ଟ୍ରୀୟ ସ୍ୱ୍ରୟଂ ସେବକ ସଂଘ ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ପାଳିତ
The National Self-Help Association celebrates the National New Year
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ମା ଜାଗେଶ୍ୱରୀ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ହିନ୍ଦୁ ଏକତା ଜାଗରଣ ମଞ୍ଚର ମିଳିତ ଉଦ୍ଦ୍ୟମରେ ବିକ୍ରମସମ୍ବଦ-୨୦୭୯, କଳି ଯୁଗାଦ୍ଧ୫୧୨୪ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗୋ ପୂଜନ, ତୁଳସୀ ପୂଜା, ଭରାତମାତାଙ୍କ ପୂଜା ସହିତ ବନ୍ଦପନା କରାଯାଇଥିଲା । ହୋମ, ଦୀପ ଓ କର୍ପୁରରେ ଆଳତୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଳଗୁମର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୁରୁଷ ମହିଳା ମାନଙ୍କ ଦ୍ୱାରା କରାଯାଇଥିଲା । ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨----୭,୪୫



