ହିନ୍ଦୀ ଶିକ୍ଷକଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ସଭା
Retirement reception for Hindi teachers
ସାକ୍ଷୀଗେ।।ପଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଜାଗେଶ୍ୱରୀ ବିଦ୍ୟାପୀଠରେ ହିନ୍ଦୀ ଶିକ୍ଷକ କୁମାର ପ୍ରଧାନଙ୍କୁ ଅବସର କାଳୀନ ସମ୍ମର୍ଦ୍ଧନା ବିଦ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସମ୍ମର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରୁ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଦାୟୀ କାଳୀନ ସଂଗିତ ଗାନ କରିଥିଲେ । ସେହିପରି ଛାତ୍ରଛାତ୍ରୀ ମାନେ ବିଦାୟୀ ଶିକ୍ଷକ ଜଣେ ପ୍ରକୃତି ପ୍ରେମୀ ଓ ହିନ୍ଧି ଶିକ୍ଷାର ପ୍ରଚାରକ ଥିଲେ ବୋଲି କହିଥିଲେ । ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ, ବ୍ୟକ୍ତି ବିଶେଷ ମାନଙ୍କ ତରଫରୁ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ସଭାରେ ମୋ ସ୍କୁଲ କମିଟିର ସଭାପତି ସୁରେନ୍ଦ୍ର ପ୍ରଧାନ, ପ୍ରଫୁଲ ମହାନ୍ତି, ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟେଧରନ ନାୟକ, ଗଣେଶ୍ୱର ମହାପାତ୍ର, ଅବସର ପ୍ରାପ୍ତି ପ୍ରଧାନ ଶିକ୍ଷକ କୌଳାସ ଚନ୍ଦ୍ର ମହାପାତ୍ର, ଓଷ୍ଠାର ସମ୍ପାଦକ ଶଙ୍କର୍ଷଣ ସୁବୁଧି, ଶିକ୍ଷକ ବିଜୟ କୁମାର ପରିଡା, ଲିଙ୍ଗରାଜ ସାହୁଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ ।ଶିକ୍ଷକ ଆର୍ତ୍ତତ୍ରାଣ ବେହେରା ସଭାରେ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରାଜ କିଶୋର ଜେନା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨----୭,୫୦
Sakhigopal News, 3/4/2022




