ads

Breaking News

ଗରିବ ସାଥୀ ଅନୁଷ୍ଠାନ ପକ୍ଷରୁ ସଫେଇ ମିଶନ ଅନୁଷ୍ଠିତ

 The clean-up mission is being carried out by the poor partner organization


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳ ଗ୍ରାମର  ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀର ଗାଁ ଗାଁ ରେ ସଫେଇ ମିଶନ କାର୍ଯ୍ୟକ୍ରମ ତୁତୀୟ ସପ୍ତାହରେ ପହଞ୍ଚିଛି ।  ଅନୁଷ୍ଠାନ ପକ୍ଷରୁ ରାଇଚକ୍ରଧରପୁର ଗ୍ରାମରେ ଥିବା ହରିଶଙ୍କର, ଜଗନ୍ନାଥ, ସଙ୍କଟ ତାରିଣୀଙ୍କ  ମନ୍ଦିର ସଫେଇ କରାଯାଇଛି । ଆଜି ଥିଲା ତୁତୀୟ ଗାଁ ଗାଁରେ ସଫେଇ କାର୍ଯ୍ୟକ୍ରମ । ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ର ଙ୍କ ତତ୍ୱବଧାନରେ ସଫେଇ କରାଯାଇଥିଲା । ଏଥିରେ ପ୍ରଭାକର ବେହେରା, ବିଜୟ ପରିଡା, କୈଳାସ ପଲେଇ, ବାଲୁଙ୍କେଶ୍ୱର ମହାପାତ୍ର, ଦିଲୁ ପ୍ରଧାନ, ବୁଲୁ ସାହୁ, ମାନସ ପ୍ରଧାନ, ନିରଞନ ପ୍ରଧାନ,ଊମେଶ ପଣ୍ଡା, କାତ୍ତିକ ପ୍ରଧାନ, ବିଜୟ ସେଠୀ, ସୁନିଲ ମହାରଣା, ରାକେଶ ଜେନା, ପ୍ରଦୀପ ପରିଡା ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ବେଶ ପ୍ରଶଂସା କରିଛନ୍ତି । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨----୭,୪୫  

 Sakhigopal News , 3/4/2022

ads

Blog Archive

Popular Posts