ଇନ୍ଧନପୁର ଗାଁ ନିକଟରେ ମର୍ମନ୍ତୁଦ ଦୁଘର୍ଟଣା; ଗୋଟିଏ ପରିବାରର ୪ ମୃତ୍ୟୁ , ରାସ୍ତା ଅବରୋଧ
Tragic accident near Indhanpur village; 4 deaths per family, roadblocks.
ଭଞ୍ଜନଗର--ବାଇକ୍ କୁ ଧକ୍କା ଦେଲା ମେକ୍ସ ପିକଅପ । ଏହି ଦୁର୍ଘଟଣା ରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ ଘଟିଛି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗାଁ ନିକଟ ରେ ଘଟିଛି ଏଭଳି ଏକ ଘଟଣା । ନିକଟସ୍ଥ ମୁନିଗାଡି ଗ୍ରାମର ଜୟରାମ ନାୟକ , ତାଙ୍କର ଦୁଇ ଝିଅ ରିଙ୍କି ନାୟକ ଓ ବିବାହିତ ଝିଅ ଲକ୍ଷ୍ମୀ ନାୟକ ଏବଂ ୬ ବର୍ଷ ର ନାତି ବିଶ୍ବଜିତର ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ଗୋବରା ଡାକ୍ତରଖାନାକୁ ଆସିଥିଲେ । ବିଶ୍ବଜିତର ସ୍ବାସ୍ଥ୍ୟ ଦେଖାଇ ନିଜ ଗ୍ରାମକୁ ଏକମୋଟର ସାଇକେଲ ଯୋଗେ ନିଜ ଗ୍ରାମକୁ ଯାଉଥିବା ବେଳେ ଗ୍ରୀଷ୍ମ ପ୍ରଭାବ ଅଧିକ ଥିବାରୁ ଇନ୍ଧନପୁର ଗ୍ରାମ ନିକଟ ରାସ୍ତା କଢରେ ଗାଡି ରଖି ପାଣି ପିଉଥିଲେ । ହଠାତ୍ ବିପରୀତ ଦିଗରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାପା ଜୟରାମ ନାୟକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଓ ନାତିକୁ ଆସିକା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଦୁଇ ଝିଅ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। । ଆହତ ବିଶ୍ବଜିତ ପାତ୍ରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିବା ବେଳେ ସେଠାରେ ବିଶ୍ବଜିତ ପାତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଜୟରାମ ଜଣେ ପରିବା ବ୍ୟବସାୟୀ । ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ , ଇନ୍ଧନପୁର ଗାଁ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଆସିକା - ଭଂଜନଗର ରାସ୍ତା ରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ଏସଆଇ ସୁବ୍ରଜିତ୍ ସାମନ୍ତ ;ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିବା ପରେ ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ମାଜିଷ୍ଟେ୍ାଟ ଦ୍ବାୟତ୍ବରେ ରହି ଲୋକଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ତରଫରୁ ୪୦ ହଜାର ଓ ଆସିକା ବିଧାୟକ ପ୍ରତିନିଧି ନତିକେତା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଙ୍କୁ ଆର୍ଥକ ରାଶି ପ୍ରଦାନ କରିଥିଲେ ।ଦୀର୍ଘ ୪ ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୪/୨୦୨୨---୯,୨୦ Sakhigopal News,5/4/2022




