ଉତ୍ତରାଠାରୁ ପୁରୀ ପର୍ଯ୍ୟନ୍ତ ଗଡିଲା ତିନୋଟି ନୂତନ ପିସିଆରଭ୍ୟାନ ; ନଜର ରଖିବ ଲୁଟେରାଙ୍କ ଉପରେ
Three new PCR vans rolled from Uttara to Puri; Keep an eye on the looters
ସାକ୍ଷଗୋପାଳ---- ୩୧୬ ନଂ ଜାତୀୟ ରାଜପଥ ଉପରେ ଆଜି ଠାରୁ ତିନୋଟି ନୂତନ ପିସିଆର ଭ୍ୟାନ ଗଡିଛି । ଏଥିରେ ଦକ୍ଷ ଦକ୍ଷ ପୋଲିସ ଅଫିସର ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଜାତୀୟ ରାଜପଥ ଲଟେରା ମାନଙ୍କ ଉପରେ ରଖିବେ ନଜର । ସତ୍ୟବାଦୀ ଥାନା ପରିସରରୁ ତିନୋଟି ନୂତନ ପିସିଆର ଭ୍ୟାନର ଶୁଭାରମ୍ଭ କରିଛନ୍ତି ପିପିଲି ଏସଡିପିଓ ଦେବଦତ୍ତ ବରାଳ । ସୁଚନାଯୋଗ୍ୟ ଯେ ୩୧୬ନଂ ଜାତୀୟ ରାଜପଥ ଉପରେ ଦିନକୁ ଦିନ ଲୁଟେରା ମାନେ ସକ୍ରିୟ ହୋଇ ପଡିଛନ୍ତି । ଏମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୁରୀ ଏସପିଙ୍କ ତତ୍ୱବଧାନରେ ହରେକୃଷ୍ଣପୁର ଠାରୁ ସାକ୍ଷୀଗୋପାଳ ଓଭରବ୍ରିଜ ପର୍ଯ୍ୟନ୍ତ ଗୋଟିଏ ପିସିଆର ଭ୍ୟାନ ରହିଛି । ସାକ୍ଷୀଗୋପାଳ ଓଭରବ୍ରିଜ ଠାରୁ ପିପିଲି ତରାକାଜ ପର୍ଯ୍ୟନ୍ତ ଅନ୍ୟଟି ପିପିଲିର ତରାକାଜ ଠାରୁ ଉତ୍ତରା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଜାତୀୟ ରାଜପଥ ଉପରେ ପ୍ରହରା ଦେବେ ବୋଲି ଜଣାପଡିଛି । ସେହିପରି ଉକ୍ତ ତିନୋଟି ଗାଡିର ଡ୍ରାଇଭର ମାନଙ୍କୁ ଏସଡିପିଓ ଶ୍ରୀ ବରାଳ କହିଥିଲେ ଗାଡି ଚଳାଇବା ସମୟରେ ଧିର ଗତିରେ ଗାଡି ଚଳାଇବ । ରାସ୍ତା କରରେ ବା ସନ୍ଦେହ ଜାତ ଯୁବକ ମାନଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଗାଡିକୁ ନିଜର ଗାଡି ଭାବି ଦାୟତ୍ୱ ନେବାକୁ ଶ୍ରୀ ବରାଳ କହିଥିଲେ । ସେହିପରି ଜାତୀୟ ରାଜପଥ ଉପରେ ଅସମାଜିକ ଯୁବକ ମାନଙ୍କ ଉପରେ ନଜର ରଖିବା ସହ ବିପଦରେ ପଡିଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବାକୁ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲିପ କୁମାର ଧଳ, ଚନ୍ଦନପୁର ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ପିପିଲି ଥାନା ଆଇଆଇସି ଅଭିମନ୍ୟୁ ନାୟକଙ୍କ ସହିତ ପିସିଆର ଭ୍ୟାନରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୪/୨୦୨୨----୬,୪୦ Sakhigopal News, 6/4/2022



