ସାକ୍ଷୀଗୋପାଳ କଲେଜରେ ଆତ୍ମରକ୍ଷା ତାଲିମ ଶିବିର
Self-defense training camp at Sakshigopala College.
ସାକ୍ଷୀଗୋପାଳ:- ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ରୀମାନଙ୍କର ଆତ୍ମରକ୍ଷା କୌଶଳ ଶିକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇଥିଲେ। ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ଶିବିର ତା ୨୮ ମାର୍ଚ୍ଚ ୨୦୨୧ ଠାରୁ ତା ୬ ଅପ୍ରେଲ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଚାଲିଥିଲା ।ପ୍ରଶିକ୍ଷିକା ପାର୍ବତୀ ମହାରଣାଙ୍କ ଦ୍ବାରା ୧୫୦ ଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ସଭାର ସଭାପତି ଡ଼ଃ ପରିଡ଼ା ନିଜ ବକ୍ତବ୍ୟରେ " ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ନାରୀ ଜାତିକୁ ପୁରୁଷମାନଙ୍କ ସହ ସମକକ୍ଷ କରିବାରେ ସହାୟକ ହେବ । ନାରୀର ସୁରକ୍ଷା ହେଲେ ସମାଜର ପ୍ରକୃତ ଉପକାର ହୋଇଥାଏ " ବୋଲି ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରି ଆଜି ସେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହୋଇପାରିଛନ୍ତି। ବିଦ୍ୟାଳୟ ପ୍ରତି ତାଙ୍କର ଆନୁଗତ୍ୟ ସଂପର୍କରେ ନିଜର ଅଭିଭାଷଣ ରଖିଥିଲେ। ସଂସ୍କୃତ ବିଭାଗର ମୁଖ୍ୟା ପ୍ର. ସୁଜାତା ମହାପାତ୍ର ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ର. ରତ୍ନାକର ସାହୁ ସଭାର ଉଦ୍ଦେଶ୍ୟ ସଂପର୍କରେ କହିବାକୁ ଯାଇ ଆତ୍ମରକ୍ଷା କୌଶଳ ଗ୍ରହଣ କଲେ ନିଜକୁ କିପରି ସୁରକ୍ଷିତ କରାଯାଇପାରିବ ତାହ ବୁଝାଇ ଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ପ୍ର. ନଳିନୀ ଲୋଚନ ଦାଶ ଆତ୍ମରକ୍ଷା କୌଶଳର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସଂପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ। ଆତ୍ମରକ୍ଷା କୌଶଳର ସଂଯୋଜକ ପ୍ର. ସଙ୍କର୍ଷଣ ପ୍ରଧାନ ଏହି ଶିକ୍ଷା ଦ୍ବାରା ଛାତ୍ରୀମାନେ ନିଶ୍ଚିତ ଭାବରେ ନିଜର ଆତ୍ମରକ୍ଷା କରିପାରିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ପ୍ର. ସଙ୍କର୍ଷଣ ପ୍ରଧାନଙ୍କ ସଂଯୋଜନାରେ ଛାତ୍ରୀ ବର୍ଷା ବାରିକ, ପ୍ରିୟଦର୍ଶିନୀ ମଲ୍ଲିକ, ପ୍ରିୟଙ୍କା ମହାନ୍ତି, ଶୁଭଲକ୍ଷ୍ମୀ ବେହେରା, ସଙ୍ଗୀତା ସ୍ବାଇଁ ଓ ପ୍ରିୟଦର୍ଶିନୀ ପଣ୍ଡାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆତ୍ମରକ୍ଷା ତାଲିମ୍ ରେ ସୋନାଲି ଭୋଇ, ପ୍ରିୟଦର୍ଶିନୀ ମଲ୍ଲିକ ଓ ଲୋପାମୁଦ୍ରା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ତାଲିମ୍ ଶିବିରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ବଡ଼ବାବୁ ଶ୍ରୀ ରାଜକିଶୋର ପତି ଧନ୍ୟବାଦ ଅର୍ପଣ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ ,୮/୪/୨୦୨୨-----୯,୪୦

Sakhigopal News,8/4/2022