ads

Breaking News

ବାଇକ୍ କୁ ପିଟିଲା ଟ୍ରକ, ଜଣେ ମ୍ରୁତ ଜଣେ ଗୁରୁତର

The truck hit the bike, one dead and one seriously injured.


ଓଡ଼ଗାଁ:- ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ନୟାଗଡ଼- ଭଞ୍ଜନଗର ରାସ୍ତାର ପିମିଟ୍ କଲେଜ ନିକଟ ବର୍ତ୍ତୀ ସରସ୍ୱତୀ ଶିଶୁ ମନ୍ଦିରର ଦ୍ୱିତୀୟ ଗଳି ନିକଟରେ ଏକ ଦୁର୍ଘଟଣା ଘଟିଛି।  ଦୁଘଟଣାରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ।। 
         ସୂଚନା ଯୋଗ୍ୟ ଯେ OR-25 6317 ନମ୍ବର ବିଶିଷ୍ଟ ଏକ ଦ୍ରୁତଗାମୀ ଟ୍ରକ ଦୁଇ ଜଣ ଯୁବକ ବସି ଆସୁଥିବା ଏକ ବାଇକକୁ ପଛପଟୁ  ଧକ୍କା ଦେଇଥିଲା। ଧକ୍କାରେ ବାଇକରୁ ଦୁଇ ଯୁବକ  ରାସ୍ତା ଉପରକୁ ଛିଟିକି ପଡିଥିଲେ। ସେଥିମଧ୍ୟରୁ ଜଣଙ୍କର  ଉପରେ ଟ୍ରକ ଚକା ଚଡି ଯାଇଥିବା ସନ୍ଦେହ କରାଯାଉଛି । 
                  ଖବରପାଇ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥା ରେ ଦୁଇ ଯୁବକଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଜଣଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିବା ଜଣାପଡିଛି। ମ୍ରୁତକ ଜଣଙ୍କ ଫୁଲବାଣୀ ଜିଲ୍ଲା ର ରାଜକିଶୋର ସାହୁ(୨୦) ହୋଇଥିବାବେଳେ, ଅନ୍ୟ ଜଣକ ହେଲେ ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଘସାଦେଇପୁର ର ଦିପୁନ୍ ପ୍ରଧାନ (୨୧) । ସେ ଓଡ଼ଗାଁ ପିମିଟ୍ କଲେଜ ର +୩ ଛାତ୍ର ଅଟନ୍ତି। 
          ଏହି ଘଟଣା ରେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଉକ୍ତ ଟ୍ରକ୍ କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଥିବା ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ  ସୂଚନା ମିଳିଛି ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୯/୪/୨୨----୨,୨୦
 Sakhigopal News,9/4/2022

ads

Blog Archive