ads

Breaking News

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ପଣ୍ଡିତ ମଖନଲାଲ ଚତୁର୍ବେଦୀଙ୍କ ଜନ୍ମ ବାର୍ଷିକୀ ପାଳନ

Anniversary of the birth of Pandit Makhanlal Chaturvedi by Khordha Road Zone.

ଜଟଣୀ ---ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ କବି ତଥା ଲେଖକ ଏବଂ  ମହାନ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ମଖନଲାଲ ଚତୁର୍ବେଦୀଙ୍କର ଜନ୍ମ ବାର୍ଷିକୀକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳର ରାଜଭାଷା ବିଭାଗ ଦ୍ଵାରା ପାଳନ କରାଯାଇଛି। ପଣ୍ଡିତ ମଖନଲାଲ ଚତୁର୍ବେଦୀ ଜଣେ ଭାରତୀୟ କବି, ଲେଖକ, ପ୍ରବନ୍ଧକ, ନାଟ୍ୟକାର ତଥା ଜଣେ ସାମ୍ବାଦିକ ଯାହାଙ୍କୁ ତାଙ୍କର ଦେଶପ୍ରେମ ଏବଂ ବୈପ୍ଳବିକ କବିତା ମାଧ୍ୟମରେ ଭାରତର ସ୍ବାଧୀନତା ପାଇଁ ଜାତୀୟ ସଂଗ୍ରାମରେ ଅଂଶଗ୍ରହଣ ପାଇଁ ସ୍ମରଣ  କରାଯାଇଥାଏ। ଏହି ଅବସରରେ ଅତିରିକ୍ତ ମୁଖ୍ୟ ରାଜ ଭାଷା ଅଧିକାରୀ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ ଯେ ରାଜଭାଷା ହେଉଛି ଏକ ଭାଷା ଯାହା ସମଗ୍ର ଦେଶକୁ ଏକତ୍ର କରିଥାଏ । ତେଣୁ ଆସନ୍ତୁ ସରକାରୀ କାର୍ଯ୍ୟରେ ହିନ୍ଦୀକୁ ଯଥାସମ୍ଭବ ବ୍ୟବହାର କରିବା ପାଇଁ ସହଯୋଗ କରିବା ।  ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କର୍ମଚାରୀମାନେ ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ  ପ୍ରସିଦ୍ଧ କବିତା ବିଷୟରେ ବର୍ଣ୍ଣନା କରିଥିଲେ ।    ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଉଷା ରାନୀ,ମଣ୍ଡଳ ରାଜଭାଷା ଅଧିକାରୀ ସଂଯୋଜନା କରିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୪/୨୦୨୨---୭,୩୦ 
Sakhigopal News,6/4/2022

ads

Blog Archive

Popular Posts