ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଫ୍ରି ହେଲଥ ଚେକଅଫ ଶିବିର
Free Health Checkoff Camp on the occasion of World Health Day.
ସାକ୍ଷୀଗୋପାଳ----- ସାକ୍ଷୀଗେ।।ପଳ ଅହମଦପୁର ସ୍ଥିତ ରିୟା ଭାରତ ଗ୍ୟାସ ବିତରଣ କେନ୍ଦ୍ର ନିକଟରେ ଲୁବସାମ, ଦବାଇ ଇଣ୍ଡିଆ ଓ ଡ,ଲାଲ ପ୍ରାଥଲାବର ମିଳିତ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨ଶହ ଜଣ ପୁରୁଷ ମହିଳା ଓ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିରେ ଡ. ସୁନିଲ ତରାଇ, ପାର୍ଥ ସାରଥୀ ବିଶ୍ୱା. ଡ, ନରହରି ମିଶ୍ର ଓ ଡ. ପଞ୍ଚାନନ ପଣ୍ଡ, ଡ. ନିହାରିକା ପଟ୍ଟନାୟକ , ସ୍ଥାନୀୟ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ସମିତିସଭ୍ୟ ସୁମନ୍ତ ଘଟୁଆରୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଦିବସ ଉପରେ ଏକ ଥିମ ରଖେ । ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆମ ଗ୍ରହ ଆମ ସ୍ୱାସ୍ଥ୍ୟ ଥିମ ରହିଛି ବୋଲି ଡ. ତରାଇ କହିଥିଲେ । ସେହିପରି ଡ. ପଞ୍ଚାନନ କହିଥିଲେ ଆମେ ସମସ୍ତେ ଗୋଟିଏ ଗୋଟିଏ ଜଳ ବିନ୍ଦୁ , ଆମେ ଏକାଠି ହୋଇଗଲେ ଏକ ସମୁଦ୍ର ହୋଇଯିବ । ଆଜିର ଦିନରେ ଆସ ସମସ୍ତେ ଏକାଠି ହୋଇ ନିଜର ସ୍ୱାସ୍ଥ୍ୟ ପ୍ରତି ସଠି୍କ ଯନ୍ତ୍ର ନେବା ସହ ଅନ୍ୟ ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯନ୍ତ୍ର ନେବା ଆବଶ୍ୟକତା ରହିଛି ବୋଲି କହିଥିଷଲ । ଲୁବ ସାମର ଉପସଭାପତି ରନିଂ ଏସ.ଦାସ, ଶାଖା ପରିଚାଳକ ପ୍ରିୟଜିତ ଆଲାମ, ଫାର୍ମାସିଷ୍ଟ ତନ୍ମମୟ ମୁଦୁଲି, ଲାବର ଟେକେନସିଆନ ରଞ୍ଜନା ଦେଇ ଓ ସମସ୍ତ ବିଜିନେସର ଉପସଭାପତି ବି. ବିକ୍ରମ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ମିର ଅବଦୁଲ ରହମନ ଓ ଶେଖ ଅବଦୁଲ ମୁନିମଙ୍କ ସହିତ ରିୟା ଭାରତ ଗ୍ୟାସ ଏଜେନ୍ସିର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୨---୬,୫୫ Sakhigopal News, 7/4/2022



