ads

Breaking News

ଇଣ୍ଟର ନ୍ୟାସନାଳ ହ୍ଯୃମାନ ରାଇଟ କାର୍ଯ୍ୟାଳୟ ଉଦଘାଟନ

 Inauguration of the International Human Rights Office.
ନୟାଗଡ଼---- ଇଣ୍ଟର ନ୍ୟାସନାଳ ହ୍ଯୂମାନ ରାଇଟ ଡିଫେଣ୍ଡର ନୟାଗଡ ଜିଲ୍ଲାଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।  ଏଥିରେ ସଭାପତି ଜିତେନ୍ଦ୍ର କୁମାର ସାହୁ ଙ୍କ ସଭାପତି ତ୍ୱ ରେ ଉପସଭାପତି ଡକ୍ଟର ସତ୍ୟବାଦୀ ଖଣ୍ଡପଡ଼ା ବ୍ଲକ ପ୍ରେସିଡେଣ୍ଟ ନିରଂଜନ ଦାସ ଏବଂ ଇଣ୍ଟର ନ୍ୟାସନାଳ ଡିପେଣ୍ଡର୍ସ ଅଧ୍ୟକ୍ଷ  ମୀନକେତନ ପଟନାୟକ ପ୍ରମୁଖ ଉପସ୍ଥିତଥିଲେ ।ନୟାଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନିରଂଜନ ଦାସ ଙ୍କୁ ଇଣ୍ଟର ନ୍ୟାସନାଳ ହ୍ଯୃମାନ  ରାଇଟ ଖଣ୍ଡପଡ଼ା ବ୍ଲକ ବୋର୍ଡ ସଭାପତିଏବଂ ମାନବିକ ଅଧିକାର ଡିପେଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି  । ଶ୍ରୀ ଦାସଙ୍କୁ ଆନ୍ତର୍ଜାତିକ ମାନବିକ ଅଧିକାରର ଅଧ୍ୟକ୍ଷ  ମୀନକେତନ ପଟ୍ଟନାୟକ ଏବଂ ନୟାଗଡ ଜିଲା ସଭାପତି ଜିତେନ୍ଦ୍ର କୁମାର ସାହୁଓ ଉପସଭାପତି ଡାକ୍ତର ସତ୍ୟବାଦୀ ପ୍ରମୁଖ, ପରିଚୟ ପତ୍ର ସହ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଲକ୍ଷ ରଖାଯାଇଛି ଯେ, ଟୁ ପ୍ରୋଟେକ୍ଟ ପ୍ରମୋଟ ଆଣ୍ଡ ଆଡଭୋକେଟ ହୁମାନ ରାଇଟ୍ସ ଆମେ ମାନବ ଅଧିକାର ରକ୍ଷକ ହିସାବରେ ଜିଲ୍ଲାର ପ୍ରତ୍ୟେକ ଜାଗାରେ ଆମର ଟିମ  ରହିଛି । ଯେଉଁ ବ୍ୟକ୍ତି ବିଶେଷ ମାନଙ୍କର ଅଧିକାର କ୍ଷୀନ ହଉଚି ସେମାନେ ଆମର କାର୍ଯ୍ୟାଳୟ ରେ ଜଣାଇଲେ ଆମେ ତାଙ୍କ ପାଇଁ ଦୃଢ଼ ହସ୍ତରେ ସହଯୋଗ ର ହାତ ବଢ଼ାଇବୁ  । ସମାଜରେ ଶାନ୍ତିର ବାର୍ତା ଆଣିବା ଆଉ ମାନବ ଅଧିକାର କ୍ଷାନ ହେଉଥିବା ଲୋକଙ୍କ ପାଇଁ ଲଢ଼ିବା ।ଜିଲ୍ଲାରେ ଏହି ସବୁ କାର୍ଯ୍ୟକ୍ରମ କୁ ଆଗକୁ ତ୍ୱରାନ୍ୱିତ କରିବ ବୋଲି ବିଶ୍ବାସ ରହିିଛି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୬/୪/୨୦୨୨----୧୦,୦୫ Sakhigopal News,6/4/2022

ads

Blog Archive