ads

Breaking News

ବନରକ୍ଷୀଙ୍କ ଦାଦାଗିରି ,ଯୁବକଙ୍କୁ ବାଡେଇବାସହ ଗଞ୍ଜି ଚିରିଦେଲେ; ଥାନାରେ ଦୁଇଟି ଅଭିଯୋଗ

The grandfather of the forest ranger tore the young man to pieces with a stick; Two complaints to the police.

 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବନ୍ୟରକ୍ଷୀଙ୍କ ଦାଦାଗିରି ଏବେ ପଦାରେ ପଡିଛି । ବୀରରାମଚନ୍ଦ୍ରପୁର ପଞ୍ଚାୟତର ମୁନିଦା ଗ୍ରାମର ଜଣେ ଯୁବକଙ୍କୁ ମାଡ ମାରିବା ସହ ଗଞ୍ଜି ଚିରି ଦେଇଛନ୍ତି । ଯାହାକି ଗ୍ରାମାବସୀ ମାନେ ଏକଜୁଟ ହୋଇ ଏହାର ବିରୋଧ କରିଛନ୍ତି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ ଗରିବର ସାଥୀ ବେଶ ଜଣାଶୁଣା । ମୁନିଦା ଗ୍ରାମ ରାସ୍ତାରେ ଗରିବର ସାଥୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ  ଗ୍ରାମ ରାସ୍ତା କରରେ କିଛି ଗଛ ଲଗାଇଥିଲେ । ତାହାର ସୁରକ୍ଷା ପାଇଁ  ରାସ୍ତା କରରେ ଭାଙ୍ଗି ରୁଜି ପଡିଥିବା ଗୋରଡ ବା ବାଡ ଆଣି ଲଗାଇଥିବା ବୃକ୍ଷରେ ଦେଇଛନ୍ତି । ଯାହାକି ଯୁବକ ମାନଙ୍କର ଏହା ହେଉଛି ଭୁଲ । ପଟ୍ଟନାୟକିଆ- ବଳପୁର ରାସ୍ତାରେ ଜଙ୍ଘଲ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା ।  ଏହି ଗଛ ଗୁଡିକ ବଡ ହୋଇଯିବାରୁ ଲୋକମାନେ ଭାଙ୍ଗିରୁଜି ପଡିଥିବା ବାଡ ଗୁଡିକକୁ ଜାଳେଣି ଭାବେ ନେଇ ଯାଇଥିଲେ । ସେଥି ମଧ୍ୟରୁ କିଛି ରହିଯାଇଥିବା ଘେର ବା ବାଡ ଆଣି ଯୁବକ ମାନେ ଲଗାଇଥିବା  ଗଛରେ ଦେଇଛନ୍ତି । ଏହା  କୌଣସି ସୁତ୍ରରୁ ଖବର ପାଇପଟ୍ଟନାୟକିଆ ବନ୍ୟରକ୍ଷୀ ଗୀତାଞ୍ଜଳି ବେହେରା ଏବଂ ତାଙ୍କ ସ୍ୱାମୀ ସାଧା ପୋଷାକରେ ଆସି ମୁନିଦା ଗ୍ରାମର ସିଲୁ ପ୍ରଧାନଙ୍କୁ ପଚାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ ।  ଯୁବକ ଜଣଙ୍କ ଯେତେ ପ୍ରକାର ବୁଝାଇଲେ ମଧ୍ୟ ବନ୍ୟରକ୍ଷୀ ବୁଝିବା ପରିବର୍ତ୍ତେ ମାଡ ମାରିବା ଆରମ୍ଭ କରିବା ସହ ତାଙ୍କ ଗଞ୍ଜି ଚିରି ଦେଇଥିଲେ ।  ଏହି ଖବର ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ଯୁବକ ଏହାର ପ୍ରତିବାଦ କରିଥିଲେ । ଯାହାକୁ ନେଇ ଦୁଇ ପକ୍ଷରୁ ଥାନାରେ ଦୁଇଟି ଅଭିଯୋଗ ହୋଇଛି ।  ବନ୍ୟରକ୍ଷୀ ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ  ସିଲୁ ପ୍ରଧାନ ଓ ତାଙ୍କ ବାପା ସତାଶିବ ପ୍ରଧାନ ଦୁଇ ଜଣ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ମନ୍ଦ କରିବା ସହ ତାଙ୍କୁ ମାରଧର କରି ତାଙ୍କ ସ୍କୁଟି ଗାଡି ନେଇଯାଇଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୧୦୦/୨୨ରେ ଏକ କେସରୁଜ କରାଯାଇଛି । ସେହିପରି ସିଲୁ ପ୍ରଧାନ ଲିଖିତ ଭାବେ ଜଣାଇଛନ୍ତି ଯେ ତାଙ୍କୁ ବନରକ୍ଷୀ ଗିତାଞ୍ଜଳି ବେହେରା ଓ ଭାଗିରଥି ରାଉତ ଅସଭ୍ୟ ଭାଷାରେ ଗାଳିମନ୍ଦ କରିବା ସହ ମାଡ ମାରି ତାଙ୍କର ଗଞ୍ଜି ଚିରିଦେଇଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୧୦୧/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୨---୬,୫୫

ads

Blog Archive