ସୁଆଣ୍ଡୋ ଐତିହ୍ୟ ଗ୍ରାମରେ ଚାଲିଥିବା କାର୍ଯ୍ୟ ଅନୁଧ୍ୟାନ କଲେ ଅଧିକାରୀ
Officers inspected the work in the Suando heritage village.
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଗ୍ରହଣ କରିବା ସହ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଉନ୍ନତି କରଣ କରାଯାଉଛି । ଅପରାହ୍ନରେ ବିଭିନ୍ନ ଅଧିକାରୀ ମାନେ ଚାଲିଥିବା ନିର୍ମାଣଧୀନ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୧୫ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି । ମାତ୍ର ଟାଟା କମ୍ପାନୀ ଏହି ପ୍ରକଳ୍ପର କାମ କରୁଛି । ସଂସ୍କୃତି ସଚିବ ମଧୁସୂଦନ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସଂସ୍କୃତି ଅଧିକାରୀ ରଞ୍ଜନକୁମାର ଦାଶ ପ୍ରମୁଖ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପୁରାତନ ଷଠିଘର ସ୍ଥାନରେ ନୂତନ ଭାବେ ନୂଆ ରୂପରେ ଚାଲିଥିବା କାମ ଦେଖିଥଲେ । ଯେଉଁପରି ଆଗରୁରହିଥିବା ସେହି ଝାଟି ମାଟି ଓ ମାଟିର କାନ୍ଥ ପରି କାମ କରାଯାଉଛି । ସଂଗ୍ରହାଳୟ, ପୁଷ୍କରଣୀ,ଶିଶୁ ପାର୍କ, ପ୍ର୍ତିମୂର୍ତ୍ତି ସ୍ଥାପନ କରାଯିବା ପାଇଁ ନିର୍ବାଣଧୀନ ପିଣଡି, ଗ୍ରାମ୍ୟ ରାସ୍ତା, ଗ୍ରାମ ମୁଣ୍ଡରେ ନିର୍ମାଣଧୀନ ଥିବା ଶିବ ମନ୍ଦିର, ଗାଡି ପାର୍କିଂ ପାଚେରୀ କାମ ଅଧା ହୋଇ ପଡିଥିବା ଦେଖି ଅଧିକାରୀ ମାନେ ବିରକ୍ତି ପ୍ରକାଶ କରିଥିଲେ । ଗ୍ରାମକୁ ସଂଯୋଗ କରୁଥିବା କେନାଲ ରାସ୍ତା କାମ ପାଇଁ ସଠିକ ଜମି ଯୋଗାଇ ଦିଆଯାଇ ନାହିଁ ଯାହା ଫଳରେକି ରାସ୍ତା କାମ ନହୋଇ ପଡି ରହିଛି । ଅଧିକାରୀ ମାନଙ୍କୁ ଏହି ରାସ୍ତା ସମ୍ପର୍କେ ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ, ସେତୁ ନିର୍ମାଣ ନିଗମ ସାଧାରଣ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା, ନିର୍ବାହୀଯନ୍ତ୍ରୀ ମାଧବ ସୁନ୍ଦର ପାଢ଼ୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ବାରିକ ଓ କନିଷ୍ଠଯନ୍ତ୍ରୀ ସୁଜାତା ପରିଡା ପ୍ରମୁଖ ଉପସ୍ଥିତ ରହିଥିଷଲ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୪/୨୦୨୨ Sakhigopal News, 5/4/2022




