ଜୟପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲିଲା
Jaipur Gram Panchayat has opened a water canopy.
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତ ତରଫରୁ ସାକ୍ଷୀଗୋପିନାଥଙ୍କ ମନ୍ଦିର କାର୍ଯ୍ୟାଳୟ ନିକଟରେ ଜଳଛତ୍ର ଖୋଲିଛି । ଏହି ଜଳଛତ୍ରକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜୟପୁର ସରପଞ୍ଚ ଆରଧନା ସାମନ୍ତରାୟ , ନାଏବ ସରପଞ୍ଚ ଶୁଭଦର୍ଶୀ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଥିଲା । ଉଦଘାଟନ ସମୟରେ ମନ୍ଦିରର ବହୁ ସେବାୟତ ,ଜନସାଧାରଣ, ସ୍କୁଲ ପିଲା ଓ ବାଟେଇ ମାନେ ଦହିପାଣି ପିଇ ଶୋଷ ମେଣ୍ଟାଇଥିଲେ । ଏହି ପରି ଆଗାମୀ ଦିନରେ ଜୟପୁର- ସାରଙ୍ଗଯୋଡି ରାସ୍ତାରେ ମଧ୍ୟ ଜଳଛତ୍ର ଖୋଲାଯିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତି ସାମନ୍ତରାୟଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୪/୨୦୨୨---୫,୧୦ Sakhigopal News , 5/4/2022




