ଜଟଣୀ ପୋଲିସ ବିଛାଇଥିବା ଜାଲରେ ଛନ୍ଦି ହୋଇଗଲେ ମନ୍ଦିର ଲୁଟେରା ଗ୍ୟାଙ୍ଗ
The temple was looted by the Jatani police.
ଜଟଣୀ --ସ୍ଥାନୀୟ ଅଞ୍ଚଳରେ ଥିବା ଅନେକ ମନ୍ଦିରରୁ କ୍ରମାନୟରେ ଲୁଟ କରୁଥିବା ଗ୍ୟାଙ୍ଗ ଶେଷରେ ସିସିଟିଭି ଆଧାରରେ ବନ୍ଦୀ ହେଲେ । ସୂଚନା ଅନୁଯାଇ ଜଟଣୀର ବୁଢାପଡା ସୋମନାଥ ମନ୍ଦିର, କୁଦିଆରୀ ଗ୍ରାମର ଜାଗୁଳାଇ ମନ୍ଦିର, ଗୋପୀନାଥ ପୁର ଅଞ୍ଚଳର ବିଷ୍ଣୁ ମନ୍ଦିର, ଟ୍ରାଫିକ କଲୋନୀର ନୀଳାଚଳ ସାଇ ମନ୍ଦିର, ଶିବ ମନ୍ଦିର ଏବଂ ମା କାଳୀ ମନ୍ଦିର ଏପରି ଅନେକ ମନ୍ଦିରରୁ ଦେବାଦେବୀଙ୍କ ମୂର୍ତ୍ତୀ, ଅଳଙ୍କାର, ଅସାଵପାତ୍ର ଏବଂ ହୁଣ୍ଡୀ ଭାଙ୍ଗି ଟଙ୍କା ପ୍ରଭୁତି ଚୋରି କରି ଲୁଟେରାମାନେ ଅନ୍ଧାର ରାତିରେ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଚୋରି ହୋଇଥିବା ମନ୍ଦିର କମିଟିର କର୍ମକର୍ତ୍ତାମାନେ ଥାନାରେ ଲିଖିତ ଅଭିଯୋଗ କରି ଆସିଛନ୍ତି । ଅଭିଯୋଗକୁ ଆଧାରରେ ଜଟଣୀ ପୋଲିସ ଏହାର ତଦନ୍ତ ଜାରି ରଖିଥିଲେ । ଏହି ଲୁଟେରା ଗ୍ୟାଙ୍ଗ ବାରମ୍ବାର ଚୋରିକରି ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଲେ । ଶେଷରେ ଜଟଣୀ ପୋଲିସ ମନ୍ଦିରର ସିସିଟିଭି କୁ ଆଧାରକରି ଶେଷରେ ଲକ୍ଷସ୍ଥଳରେ ପହଞ୍ଚି ଲୁଟେରାମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଏହି ଲୁରେରାମାନେ ହେଲେ ଜଟଣୀ ବାଲିଚ୍ଛକ ମୁଣ୍ଡିଆସାହିର ରମେଶ ଜେନା (21) ପିତା -ପୂର୍ଣ୍ଣ ଚନ୍ଦ୍ର ଜେନା (ମୃତ ),ଜଟଣୀ ବାଲିଚ୍ଛକ ମୁଣ୍ଡିଆସାହିର ମଜିଦ ଖାନ (30) ପିତା -ଖାଲିଲ ଖାନ (ମୃତ ), 3-ଖୋର୍ଦ୍ଧା ଜିଲ୍ଲା ବାଜପୁର ଅଞ୍ଚଳର ପଦ୍ମଲୋଚନ ବେହେରା ଓରଫ ବାପି (30) ପିତା -ନାରାୟଣ ବେହେରା,4-ଖୋର୍ଦ୍ଧା ଜିଲ୍ଲା ନିରାକାର ପୁର ଅଞ୍ଚଳର ଏମଡି. ଖାନ (29) ପିତା -ହୁସେନ ଖାନ ଏହି ଚାରି ଅଭିଯୁକ୍ତଙ୍କୁ ଅନେକ ଜେରାପରେ ସେମାନେ ଚୋରିକରିଥିବା ସାମଗ୍ରୀ ଜଟଣୀ ରଥିପୁର ଗ୍ରାମର ଆଖତର ଖାନ ଓରଫ ବାପି (44)ଙ୍କୁ ବିକ୍ରି କରିଥିବା ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କଠାରୁ ସୂଚନା ପାଇ ଚୋରି ସାମଗ୍ରୀ କିଣି ଥିବା ଅଭିଯୁକ୍ତକୁ କାବୁ କରିନେଇଥିଲା । ଜବତ ହୋଇଥିବା ସାମଗ୍ରୀ ମଧ୍ୟରୁ ଗୋଟିଏ ପିତଳ ନଟରାଜ ମୂର୍ତ୍ତୀ, ଦେବୀ ଲକ୍ଷ୍ମୀଙ୍କ ପିତଳ ପ୍ରତିମା, ଦେବୀ ପାର୍ବତୀଙ୍କ ପିତଳ ପ୍ରତିମା, ୨ କ୍ୱିଣ୍ଟାଲର ପିତଳ ବାସନ, ତିରିଶ ଖଣ୍ଡ ଛୋଟ ଛୋଟ ପିତଳ ନାଗ ମୂର୍ତ୍ତୀ,ଏକ ବଡ ପିତଳ ନାଗ ମୂର୍ତ୍ତିର ବାର ଖଣ୍ଡ ବିଖଣ୍ଡିତ ସହ ଚୋରା ଏଜ ଟାଟା ଏସି ଏବଂ ଏକ ହୋଣ୍ଡା ୟୁକର୍ଣ ବାଇକ ପ୍ରଭୃତି ଅନେକ ସାମଗ୍ରୀ ଜବତ କରିଛି ପୋଲିସ । ଏହାକୁ ଭିତ୍ତି କରି ଜଟଣୀ ପୋଲିସ କେସ ନଂ 128/22 ଆଧାରରେ ମାମଲା ୠଜୁକରି ଆଜି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ସମସ୍ତ ଅଭିଯୁକ୍ତ ଜଣେ ଜଣେ ଅଭ୍ୟାସ ଗତ ଅପରାଧୀ ଅଟନ୍ତି । ସେମାନଙ୍କ ନାମରେ ପୂର୍ବରୁ ଜଟଣୀ ଥାନାରେ ଚାରୋଟି, ବାଲିଅନ୍ତା ଥାନାରେ ଦୁଇଟି, ଇନ୍ଫୋଭ୍ୟାଲି ଥାନାରେ ଗୋଟିଏ, ଖୋର୍ଦ୍ଧା ମଡେଲ ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ଉଦ୍ଧାର ହୋଇଥିବା ସାମଗ୍ରୀ ଗୁଡିକୁ ପରବର୍ତ୍ତୀ ସମୟରେ ଅନୁଧ୍ୟାନ କରି ସମସ୍ତ ସାମଗ୍ରୀ ସମସ୍ତ ମନ୍ଦିରକୁ ହସ୍ତାନ୍ତର କରାଯିବ ବୋଲି ଏସଆଇ ନିରଞ୍ଜନ ଓଝା ସୂଚନା ଦେଇଛନ୍ତି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୪/୨୦୨୨----୮,୫୦ Sakhigopal News,5/4/2022



