ମହାତ୍ମା ଗାନ୍ଧୀଙ୍କ ଶହେତମ ଓଡିଶା ଆଗମନୀ ଅବସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିର୍ମାଣ ଓ ଆଲୋଚନା ଚକ୍ର
Gandhi statue construction and seminar on the occasion of Mahatma Gandhi's centenary visit to Odisha.
ସାକ୍ଷୀଗୋପାଳ--- ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ତଥା ଶହେତମ ଓଡିଶା ଆଗମନୀରେ ପ୍ରଖ୍ୟାତ ଭାସ୍କର ଶିଳ୍ପୀ ତଥା ଲଳିତ କଳା ଏକାଡେମୀର ପୂର୍ବତନ ସଚ୍ଚିବ ରବି ନାରାୟଣ ରଥ ମାଟିରେ ବହୁ କମ ସମୟ ମଧ୍ୟରେ ଦୁଇ ବିଦ୍ୟାଳୟ ପାଇଁ ଅବିକଳ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତ୍ତି ନିର୍ମାଣ କରିଥିଲେ । ସେ ଲକ୍ଷ୍ୟ ରଖିଛନ୍ତି ୧୫୦ଟି ବିଦ୍ୟାଳୟରେ ୧୫୦ ଟି ମୂର୍ତ୍ତି ନର୍ମାଣ କରିବେ । ତାଙ୍କର ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପାଇଁ ଯେଉଁ ମୂର୍ତ୍ତି ନିର୍ମାଣ କରିଥିଲେ ତାହା ୧୧୪ ଓ ୧୧୫ ତମ ରହିଥିଲା ବୋଲି ଜଣାପଡିଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆମନ୍ତ୍ରଣ ରକ୍ଷା କରି ପୁରୀ ଆଗମନ ସମୟରେ ୧୯୨୧ ମସିହା ମାର୍ଚ୍ଚ ୨୬ ତାରିଖରେ ସପରିବାର ସହିତ ଗାନ୍ଧୀ ଏଠାକୁ ଆସିଥିଲେ । ୠାନ୍ଧୀଙ୍କ ÷ରଗମନୀର ସ୍କୃତିରେ ଏକ ସଭାରେ ଆୟୋଜନ କରାଯାଇଥିଲା । ଏଥିରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସତ୍ୟବାଦୀ ଦାଶ ଉଦବୋଧନ ଦେଇଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ଓ ସିଟି ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୨---୬,୫୫
Sakhigopal News, 7/4/2022



