ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ
World Health Day celebrations at Utkalmani Gopbandhu Memorial College.
ସାକ୍ଷୀଗୋପାଳ:- ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସାକ୍ଷୀଗୋପାଳ ର ମିଳିତ ଉଦ୍ୟମରେ ମହାବିଦ୍ୟାଳୟର ପରିସରରେ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିରରେ ଶତାଧିକ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷଣ ହୋଇଥିଲା। ଏହି ଶିବିରକୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ଃ ସୁଭାଶିଷ ଦାସ, ଡ଼ଃ ଲୋପାମୁଦ୍ରା ମିଶ୍ର ଯୋଗ ଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କ୍ଷେତ୍ରମଣି ସେଠୀ, ଶ୍ରୀ ଚିନ୍ମୟ କୁମାର ବରାଳ, ଶ୍ରୀ ସୁବାଷ ପ୍ରଧାନ, ଶ୍ରୀ ଜଳନ୍ଧର ସାହୁ, ଶ୍ରୀ ସୁରେଶ କୁମାର ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ଶିବିର ପରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ସେ ନିଜ ବକ୍ତବ୍ୟରେ " ଯେଉଁ ବ୍ୟକ୍ତି ଶାରିରୀକ, ମାନସିକ ଓ ସାମାଜିକ ସ୍ତରରେ ସୁସ୍ଥ ରହିଥାଏ, ସେ ଜଣେ ଉତ୍ତମ ବ୍ୟକ୍ତିରେ ରୂପାନ୍ତରିତ ହୋଇଥାଏ " ବୋଲି କହିଥିଲେ । ସଚେତନତା ଶିବିରର ମୂଖ୍ୟ ଅତିଥି ଡ଼ଃ ବିଶ୍ବଜିତ ମିଶ୍ର ୨୦୨୨ ମସିହା ବିଶ୍ଵ ସ୍ଵାସ୍ଥ୍ୟ ଦିବସର ବାର୍ତ୍ତା ' ଆମ ଗ୍ରହ: ଆମର ସ୍ବାସ୍ଥ୍ୟ' ର ତାପ୍ତର୍ଯ୍ୟ ବୁଝାଇଥିଲେ । ଏହି ଅବସରରେ ଡ଼ଃ ସୁଭାଶିଷ ଦାସ ତରୁଣମାନଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ସଂପର୍କରେ ଏବଂ ପି.ଏଚ୍.ଇ. ଓ କ୍ଷେତ୍ରମଣି ସେଠୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବଡ଼ବାବୁ ଶ୍ରୀ ରାଜକିଶୋର ପତି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ଆୟୋଜିତ ହୋଇଥିବା ସ୍ବାସ୍ଥ୍ୟ ସଂପର୍କୀୟ ସାଧାରଣ ଜ୍ଞାନ ପରୀକ୍ଷାର ବିଜୟିନୀ ଜେ.ବି. ଶତାବ୍ଦୀ ମିଶ୍ର, ନମ୍ରତା ପ୍ରିୟଦର୍ଶିନୀ ମହାରଣା, ଓ ରୂପାଲି ସ୍ବାଇଁ ତଥା ସ୍ବାସ୍ଥ୍ୟ ସଚେତନତା ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ଦୀପିକା ପ୍ରିୟଦର୍ଶିନୀ ସେଠୀ, ସୋନାଲିକା ବିଶ୍ବାଳ, ଲୋପାମୁଦ୍ରା ସାହୁ, ତ୍ରୁପ୍ତିଲତା ବେହେରା, ପ୍ରିୟଦର୍ଶିନୀ ପଣ୍ଡା, ତପନ କୁମାର ପ୍ରଧାନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ।