ନଡିଆ ତେଳାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ; ୪ ଆହତ ଦୁଇ ଅଟକ
Fighting between two families over coconut oil; 4 injured two detainees.
ସାକ୍ଷୀଗୋପାଳ-----ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମର ଆନନ୍ଦପୁର ଗ୍ରାମରେ ଲିଜିମାଇଲି ବଗିଚାରୁ ନଡିଆ ତୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟି ହୋଇ ୪ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଏହି ଘଟଣାରେ ଗୋଟିଏ ପକ୍ଷରୁ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଏହି ଦୁଇ ପରିବାର ମଧ୍ୟରେ ଜମିଜମାକୁ ନେଇ ଅନେକ ଥର ପାଟିତୁଣ୍ଡ ହେବାର ନଜର ରହିଛି । ନଡିଆ ତୋଳିବା ପାଇଁ ଗୋଟିଏ ପକ୍ଷ ଯାଉଥିବା ବେଳେ ଅନ୍ୟ ପକ୍ଷ ଏହାକୁ ବିରୋଧ କରିଥିଲା । ଯାହାକୁ ନେଇ ଅଶାନ୍ତି ପ୍ରକାଶ ପାଇବା ସହ ପ୍ରଥମେ ବକାବନା ପରେ ପରେ ହାତାହାତି ହୋଇଥିଲେ । ଯାହା ଫଳରେକି ଉପେନ୍ଦ୍ର ମୁଦୁଲିଙ୍କ ପକ୍ଷରୁ ସୁରେନ୍ଦ୍ର ମୁଦୁଲି ଓ ବିଶ୍ୱନାଥ ମୁଦୁଲି ଗୁରୁତର ହୋଇଥିବା ବେଳେ ଗୋପାଳକୃଷ୍ଣ ମୁଦୁଲିଙ୍କ ପକ୍ଷରୁ ଭଗବନା ମୁଦୁଲି ଓ ଗୋପାଳମୁଦୁଲି ଦୁଇଜଣ ଆହତ ହୋଇଛନ୍ତି । ସେହିପରି ସତ୍ୟବାଦୀ ପୋଲିସ ଉପେନ୍ଦ୍ର ମୁଦୁଲି ଓ ତାଙ୍କ ଦାଦାପୁଅ ଭାଇ ବିଷ୍ଟୁପ୍ରସାଦ ମୁଦୁଲିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଦୁଇ ପକ୍ଷରୁ ଦୁଇଟି ଅଭିଯୋଗ ପାଇବା ପରେ ୯୬/୯୭ରେ ଦୁଇଟି କେସରୁଜ କରାଯାଇଥିବା ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ବିଶେଷ ସୁତ୍ରରୁ ଜଣାପଡିଛି ଉପେନ୍ଦ୍ର ମୁଦୁଲିଙ୍କ ପକ୍ଷରୁ ଦୁଇ ଜଣ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ସତ୍ୟବାଦୀ ପୋଲିସ ଉପେନ୍ଦ୍ର ଓ ତାଙ୍କ ଭାଇ ବିଷ୍ଣୁଙ୍କୁ ଥାନାରେ ଅଟକ ରଖି ଦେବାରୁ ଅପର ପକ୍ଷର ଉପେନ୍ଦ୍ର ପରିବାରଙ୍କୁ ଜୀବନରେ ମାରିଦେବାର ଧମକ ଚମକ ଦେବା ସହ ମହିଳା ମାନଙ୍କୁ ଗାଳିମନ୍ଦ କରୁଥିବା ସୁଚନା ମିଳିଛି । ଯାହାକୁ ନେଇ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨----୭,୫୫
Sakhigopal News, 3/4/2022


