ସାଇକେଲ ଆରୋହୀଙ୍କୁ ପିଟିଲା ମଟର ସାଇକେଲ
The motorcyclist was beaten by a motorcycle.
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ମୁନିଦା ଗ୍ରାମର ଗଣେଶ ସେଠୀ ଏକ ସାଇକେଲ ଯୋଗେ ପଟ୍ଟନାୟିକିଆ- ବଳପୁର ରାସ୍ତାର ବିଭୁତିଦଣ୍ଡା ନିକଟରେ ଯାଉଥିବା ସମୟରେ ତାଙ୍କ ପଛପଟୁ ଏକ ମଟର ସାଇକେଲ ନଂ-ଓଡି, ୧୩ବି- ୪୮୯୮ ଧକ୍କା ଦେଇଥିଲା । ଶ୍ରୀ ସେଠୀ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଏକ ଅଟୋଯୋଗେ ସାତଶଙ୍ଖ ମେଡିକାଲକୁ ପଠାଇଥିଲେ । ମାତ୍ର ଦୁର୍ଘଟଣା ସମୟରେ ମଟର ସାଇକେଲ ଚାଳକ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ । ମାତ୍ର ଡାକ୍ତରଖାନାରେ ମୁଁ ଚିକିତ୍ସାଧୀନ ଥିବା ସମୟରେ ଗାଡି ଚାଳକ ପଳାଇଛନ୍ତି । ଏହାକୁ ନେଇ ସତ୍ôୟାଦୀ ଥାନାରେ ଶ୍ରୀ ସେଠୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୦୨/୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥବା ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୨---୫,୩୫
Sakhigopal News, 8/4/2022


