ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଯୁବକଙ୍କୁ ମାଡ
Beat the young man, centering on the previous feud.
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଦୁଗଲ ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଜଣେ ଯୁବକଙ୍କୁ ମାଡ ମରାଯାଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଉକ୍ତ ଗ୍ରାମର ସଞ୍ଜୟ ସ୍ୱାଇଁ ବହୁ ଦିନରୁ ମାମୁଁ ଅପର୍ତ୍ତି ସ୍ୱାଇଁଙ୍କ ଘରେ ପୋଷ୍ୟପୁତ୍ର ହୋଇ ରହିଆସୁଛି । ଗ୍ରାମରେ ଏକ ଭୋଜି ଖାଇବା ସମୟରେ ସେଠାରେ ଭୁବନେଶ୍ୱର ସ୍ୱାଇଁ ଓ ଚନ୍ଦ୍ରକାନ୍ତ ସ୍ୱାଇଁ ତାଙ୍କୁ ମାଡ ମାରିଥିବା ନେଇ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଏବେ ପୁରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି ବୋଲି ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗ ଉପରେ ସତ୍ୟବାଦୀ ଥାନା ୧୦୩/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରହିଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲିପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୨---୫,୩୫
Sakhigopal News, 8/4/2022


