ads

Breaking News

କୁସ୍ମାଣ୍ଡା ବେଶରେ ଦର୍ଶନ ଦେଲେ ମା" ଜାଗୁଳାଇ।

Kushmanda appeared in the guise of a mother and woke up.
 

ଜଟଣୀ ----- ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା" ଜାଗୁଳାଇଙ୍କ ବାସନ୍ତି ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ସକାଳେ ସୂର୍ଯ୍ୟ ପୂଜା, ସନ୍ଧ୍ୟାରେ ମହାସ୍ନାନ କରାଯାଇ ମା"ଙ୍କୁ କୁସ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇ ଥିଲା। ମା" ଆଜି ଅଷ୍ଠ ଭୁଜା ପରିହିତା ବ୍ୟାଗ୍ର ବାହନୀ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧାରଣ ପୂର୍ବକ ଅପୂର୍ବ ଶୋଭା ବିମଣ୍ଡିତ ହୋଇ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ପଣ୍ଡିତ ଶ୍ରୀ ଭୁବନେଶ୍ୱର ଦାଶ ଓ ମନୋଜ ପାଣିଗ୍ରାହୀଙ୍କ ଦ୍ଵାରା ଷୋଡ଼ଶ ଉପଚାର ପୂଜା, ସପ୍ତସତୀ ଚଣ୍ଡିପାଠ କରାଯିବା ସହିତ ହୋମୋଯଜ୍ଞ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଆସନ୍ତାକାଲି ପଞ୍ଚମ ଦିନରେ ମା" ସ୍କନ୍ଦମାତା ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଥିଲେ।  ମା"ଙ୍କ ଶ୍ରୀଅଙ୍ଗ ସେବକ ଚିତ୍ରକର ବିଜୟ ପଣ୍ଡା ,  ପ୍ରବାସ ପଣ୍ଡା , ଶ୍ରୀକାନ୍ତ କର , ଟୁଲୁ ପଣ୍ଡା ଦିବ୍ୟବେଶ ସମ୍ପନ୍ନ କରିଥିଲେ ।
ଆଜିର ନୀତି କାନ୍ତି ଓ କୋଠ ଭୋଗ ପାଇଁ ସମସ୍ତ ଖର୍ଚ୍ଚ ଶ୍ରୀମତୀ ନିରୁପମା ସାହାଣୀ ବହନ କରିଥିଲେ ବୋଲି  ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ରାଧାମୋହନ ପଟ୍ଟନାୟକଙ୍କ ଜଣାଇଥିଲେ।  କାର୍ଯ୍ୟକ୍ରମକୁ ଉପ ସଭାପତି ତ୍ରିନାଥ ପାଟସାହାଣୀ, ଅଶୋକ ଦାସ,   କୃତିବାସ , ଶିବପ୍ରସାଦ କହଁର, ବିବେକ,ଦିପୁ ପଲ୍, ପ୍ରମୁଖ ସୁଚାରୁ ରୁପେ ସଂପାଦନ କରିଥିଲେ।
 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୪/୨୦୨୨-----୯,୪୫ 
Sakhigopal News,4/4/2022

ads

Blog Archive

Popular Posts