ଭଞ୍ଜନଗର ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର
Memorandum addressed to the Chief Minister on behalf of the Bhanjanagar Journalists Association.
ଭଞ୍ଜନଗର : ଦିନକୁ ଦିନ ପୋଲିସ ଜୁଲମ୍ ସାମ୍ୱାଦିକ ମାନଙ୍କ ଉପରେ ବଢି ଚାଲିଛି। ସଦ୍ୟ ଜଣେ କର୍ତ୍ତବ୍ୟ ରତ ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ସେ ଅସୁସ୍ଥ ହେବାରୁ ଡାକ୍ତର ଖାନା ରେ ମଧ୍ୟ ତାଙ୍କ ଗୋଡ଼ରେ ବେଢ଼ି ପକାଇ ବାନ୍ଧି ରଖିବା ସମଗ୍ର ଓଡ଼ିଶା ରେ ଏକ ନିନ୍ଦନୀୟ ଘଟଣା ବୋଲି ବିବେଚନା କରା ଯାଇଛି। ସାମ୍ୱାଦିକ ଟିଏ ଏଠି ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ ପ୍ରମାଣିତ ହୁଏ। ବାଲେଶ୍ଵର ଜିଲ୍ଲା ନୀଳଗିରି ସାମ୍ୱାଦିକ ଙ୍କୁ ମାଡ ମାରିବା ଏବଂ ବେଢ଼ି ପକାଇବା ଘଟଣା କୁ ନେଇ ଭଞ୍ଜନଗର ସାମ୍ୱାଦିକ ସଂଘ ଦୃଢ଼ ନିନ୍ଦା କରିବା ସହ ନୀଳଗିରି ଆଇ ଆଇସି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି ଭଞ୍ଜନଗର ସହରରେ ବାଇକ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପରେ ସଂଘ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦୋଷୀ କୁ ଦଣ୍ଡ ଦେବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଯଦି ଦୋଷୀ ଦଣ୍ଡ ନ ପାଏ ଆଗାମୀ ଦିନ ରେ ଏହା ଆନ୍ଦୋଳନ ରେ ରୂପାନ୍ତରିତ ହେବ ବୋଲି ସଂଘ ଚେତାବନୀ ଦେଇଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୪/୨୦୨୨---୯,୨୦ Sakhigopal News,8/4/2022




