ads

Breaking News

ଶିକ୍ଷକଙ୍କ ସ୍ଥାନାନ୍ତର ଆଦେଶ ପ୍ରତ୍ୟାହାର ଦାବିରେ ; ଛାତ୍ର ଛାତ୍ରୀ ୩ ଘଣ୍ଟା ଧରି ଫାଟକ ଆଗରେ ଧାରଣା ଦେଲେ

Demanding the revocation of the teacher's transfer order; The student gave the idea for 3 hours in front of the gate.

ଭଞ୍ଜନଗର---ଆଦେଶ , ପ୍ରତ୍ୟାହାର କରି । ଆମ ଶିକ୍ଷକଙ୍କୁ ଆମ ସ୍କୁଲକୁ ଫେରାର ଆଣ । ପ୍ରଥମ ରୁ ଅଷ୍ଟମ, ୧୧୩ ଛାତ୍ର ଛାତ୍ରୀ । ପ୍ରଥମତଃ ଶିକ୍ଷକ ଅଭାବ , ସେଥିରୁ ପୁଣି କାର୍ଯ୍ୟରତ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି । ଶେଷରେ ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ , ଅନ୍ୟ ସ୍କୁଲକୁ ଡେପୁଟେସନ୍ ରେ ପଠାଇ ଦିଆଯାଇଛି । ଏଣୁ ଏହି ସମସ୍ୟାର ସମାଧାନ ଦାବୀ କରି ବିଦ୍ୟାଳୟରେ ଫାଟକ ଆଗରେ ୩ ଘଣ୍ଟା ଧରି ଧାରଣା ଦେଲେ ଛାତ୍ର ଛାତ୍ରୀ ଓ ଏହାକୁ ସମର୍ଥନ ଜଣାଇଲେ ଅଭିଭାବକ । ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ର ତିଳିସିଙ୍ଗି ପଞ୍ଚାୟତ ଅନ୍ତର୍ଗତ , ସାମ୍ବାଦିକ ଗାଁ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶୁକ୍ରବାର ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଏଭଳି ଘଟଣା । ସୂଚନା ପ୍ରକାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ପଢାଇବା ପାଇଁ , ଏଠାରେ ୭ ଜଣ ଶିକ୍ଷକ ଥିଲେ । ଯେ ହେତୁ ୧୧୩ ଜଣ ଛାତ୍ର ଛାତ୍ରୀ ପଢୁଥିବା ଦର୍ଶାଇ , ସେଥିରୁ ୩ ଜଣ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି କରିଦିଆଗଲା । ଅନ୍ୟ ୪ ଜଣ ଶିକ୍ଷକ , ନିୟୋଜିତ ରହିଥିବା ବେଳେ , ଜଣେ ଶିକ୍ଷକ ବିପିନ ବିହାରୀ ଗୈାଡ ଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ଡେପୁଟେସନ୍ ରେ ପଠାଇ ଦିଆଗଲା । ଏହାର ପ୍ରତିବାଦ କରି , ପୁଣି ସଂପୃକ୍ତ ଶିକ୍ଷକ ଙ୍କୁ ଫେରାଇ ଆଣିବା ଦାବିରେ , ସ୍କୁଲ ଫାଟକ ରେ ତାଲା ପକାଇ ଧାରଣା ଦେଇଥିଲେ ଛାତ୍ର ଛାତ୍ରୀ । ଏ ସଂକ୍ରାନ୍ତରେ ଖବରପାଇ , ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ . ଧନଞ୍ଜୟ ଘଟଣା ର ସମାଧାନ କରିବା ପରେ ଧାରଣା ରୁ ହଟିଥିଲେ ଛାତ୍ର ଛାତ୍ରୀ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୪/୨୦୨୨---୯,୨୫  Sakhigopal News,8/4/2022

ads

Blog Archive