ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ; ୩ ଗିରଫ
Fighting between two families centered on previous feuds; 3 arrested
ସାକ୍ଷୀଗେ।।ପଳ-- ସତ୍ୟବାଦୀ ଥାନା ଅନ୍ତର୍ଗତ ପରଜାପଡା ଗ୍ରାମର ଦଳିତବସ୍ତିର ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୃତାକୁ ନେଇ ମାରପିଟ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି । ସତ୍ୟବାଦୀ ଥାନାରେ ଦୁଇ ପକ୍ଷରୁ ଦୁଇଟି ଅଭିଯୋଗ କରାଯାଇ ୯୪/୯୫ ରେ ଦୁଇଟି କେସରୁଜ କରାଯାଇଛି । ଏ ଘଟଣାରେ ଜଡିତ ତିନିଜଣଙ୍କୁ ସତ୍ୟବାଦୀ ପୋଲିସ ଘିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସଖିନା ଭୋଇ ଅଭିଯୋଗ କରିଛନ୍ତି ଯେ ପୂର୍ବ ଶ୍ରତୃତାକୁ ନେଇ ଶ୍ୟାମ ଭୋଇ ତାଙ୍କ ପୁଅ ନାଗା ଓ ବାସୁଆ ଭୋଇ ମିଳିତ ଭାବେ ସଖିନା ଭୋଇଙ୍କ ସ୍ୱାମୀ ତ୍ରିନାଥ ଭୋଇଙ୍କୁ ମରାଣାମ୍ô କ ଆକ୍ରମଣ କରି ଛନ୍ତି । ତାଙ୍କ ଅଭିଯୋଗ କ୍ରମେ ଏହି ତିନିଜଣ ଗିରଫ ହୋଇଛନ୍ତି । ଶ୍ୟାମ ଭୋଇ ସେହିପରି ତ୍ରିନାଥ ଭୋଇ ନାମରେ ପାଲଟା ଅଭିଯୋଗ କରିଥିବା ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୨---୭,୨୫ Sakhigopal News, 4/4/2022


