ବିଲରୁ ଗୁରୁତର ଅବସ୍ଥାରେ ବୁଦ୍ଧ ଉଦ୍ଧାର
Buddha rescued in critical condition from Bill.
ଭଞ୍ଜନଗର--- ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ବିଜୟ ବେହେରାଙ୍କୁ ବିଲରୁ ଗୁରୁତର ଅବସ୍ଥାରେ ଭଦ୍ଧାର କରିଛନ୍ତି ଗ୍ରାମବାସୀ । ତାଙ୍କୁ ତୁରନ୍ତ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଯାଇଥିବା ବେଳେ ଏଠାରେ ବିଜୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।ଖବର ନେବାରେ ବିଜୟ ଅପରାହ୍ନ ୩ ଟା ସମୟରେ ନିଜ ବିଲରେ ଥିବା ଛଣ କୁ ସଫା କରିବା ପାଇଁ ଯାଇଥିଲେ । ବିଲରେ ଚାରି ପଟୁ ଉଠିଥିବା ଛଣକୁ ନିଆଁ ଲଗାଇ ବିଜୟ ମଝିରେ ରହିଯାଇ ବାହାରକୁ ବାହାରି ପାରିନଥିଲେ ଯାହାଫଳରେ ନିଆଁ ଦାଉରୁ ଜୀବନକୁ ରକ୍ଷା କରିବା ପାଇଁ ବାହାରକୁ ବାହାରି ଆସି ବିଲ ମଝିରେ ପଡିଯାଇଥିଲେ ବିଜୟ । କୌଣସି ସୁତ୍ରରୁ ପରିବାର ଓ ଗ୍ରାମବାସୀ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ବିଜୟକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି କରିଥିଲେ ।ଏହି ଘଟଣାକୁ ନେଇ ତାରସିଂ ଥାନାରେ ଅଭିଯୋଗ ହେଇନଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ସୁଚନା ଦେଇଛନ୍ତି ।ଗ୍ରାମରେ ଏହିଘଟଣାକୁ ନେଇ ଶୋକର ଛାୟା ଖୋଳି ଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୪/୨୦୨୨----୯,୨୦ Sakhigopal News,4/4/2022


