ads

Breaking News

ଅହିରାଜ ସାପ ଉଦ୍ଧାର କଲା ବନବିଭାଗ

 Ahiraj snake rescued by forest department.
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧୀନ ଭଞ୍ଜନଗର ସେକସନ ବେଣାକୁନ୍ଦା ବିଟ୍ରରେ ଥିବା ବେତାର ଗ୍ରାମର ସମର ଦଳେଇଙ୍କ ଭାଡି ଉପରେ ବଡ ଧରଣର ଅହିରାଜ ସାପ ରହିଥିଲା । ସମର ଏହା ଦେଖି ବନପାଳ ବଂଶୀଧର ବିଷୋୟୀ କୁ ଜଣାଇଥିଲେ । ବନପାଳ ଶ୍ରୀ ବିଷୋୟୀ ସେକ୍ ହେଲପଲାଇନ୍ କର୍ମଚାରୀ ସଞ୍ଜୟ  କୁମାର ସ୍ବାଇଁ ଓ କେଦାର ମଲ୍ଲିକଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ଅହିରାଜ ସାପଟି ଭଦ୍ଧାର କରି ମା ସୌରାଦେବୀ ଜଙ୍ଗଲରେ  ଅହିରାଜ ସାପଟିକୁ ଛଡାଯାଇଥିବା ବନପାଳ ବଂଶୀଧର ବିଷୋୟୀ ସୁଚନା ଦେଇଛନ୍ତି ।ଉକ୍ତ ଅହିରାଜ ଲମ୍ବ ୧୦ଫୁଟରୁ ଉଦ୍ଧ ହେବ ବୋଲି ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୪/୨୦୨୨----୮,୨୦ Sakhigopal News,4/4/2022

ads

Blog Archive

Popular Posts