ads

Breaking News

ସାକ୍ଷୀଗୋପିନାଥ ଆଜି ଠାରୁ ଶ୍ରଦ୍ଧାଳୁ ମାନଙ୍କୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ହୋଳି ବେଶରେ ଦର୍ଶନ ଦେବେ


Sakshigopinath will pay homage to the devotees from today until the full moon.
 ସାକ୍ଷୀଗୋପାଳ ---- ସାକ୍ଷୀଗୋପିନାଥ ମନ୍ଦିରରେ ମାଘ ମାସ ପଞ୍ଚମୀ ତିଥିରେ ବସନ୍ତୀ ପଞ୍ଚମି ନୀତି ପାଳିତ ହୋଇଯାଇଛି । ଆଜି ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରା ପାଇଁ କାଠ ଅନୁକୂଳ ହୋଇଥାଏ । ଏହି ଅବସରରେ ସାକ୍ଷୀଗୋପିନାଥଙ୍କ ଗୋଧନ ବାହୁଡା ଭୋଗ ପରେ ଓଡଣି ଷଷ୍ଠିଠାରୁ ଲାଗି ହୋଇଥିବା ଘୋଡ ଓଲାଗି କରାଯାଇଥାଏ । ଆଜି ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ଠାକୁର ହୋଳି ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଠାକୁର ଘେର, ପାଇଜାମା, ପଗଡି ପରିଧାନ କରିବା ସହ ଗଜମୁକ୍ତା, ବଂଶି, କୁଣ୍ଡଳ ସହିତ ବିଭିନ୍ନ ସୁନା ଅଳଙ୍କାର ମାନ ପରିଧାନ କରିଥାନ୍ତି । ଯାତ ଭୋଗ ପରେ ସାକ୍ଷୀଗୋପିନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ସୁସଜିତ ବିମାନରେ ବସନ୍ତପଞ୍ଚମି ବେଦୀକୁ ବିଜେ କରିବାପରେ ସେଠାରେ କେତକୀ ଓ ପଞ୍ଚ ପଲ୍ଲଭ ଲାଗି କରାଯାଇଥାଏ । ପରେ ପରେ ଖଇ, କେରା, ଚଣା, ସାକର, ପାଚିଲା କଦଳୀ ଭୋଗ କରାଯିବା ସହ ନୀତିକାନ୍ତି ଶେଷ ହେବାପରେ ପୁନଶ୍ଚ ମନ୍ଦିରକୁ ବିଜେ କରିଥାନ୍ତି । ପରେ ମନ୍ଦିରରେ ଥିବା ଅନ୍ୟ ନୀତିକାନ୍ତି ଶେଷ କରାଯାଇଥାଏ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ସତ୍ୟବାଦୀରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୨---୬,୨୦  
 Sakhigopal News, 5/2/2022

ads

Blog Archive

Popular Posts