ads

Breaking News

ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଧମକ; ଥାନାରେ ଅଭିଯୋଗ

 Threatening to vote for candidates; Complaint to the police

 ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ ଆଳିସ ଗ୍ରାମ ପଞ୍ଚାୟତର ଦୋଖଣ୍ଡପୁର ଗ୍ରାମରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଧମକ ଦିଆଯାଇଛି ବୋଲି ଉକ୍ତ ଗ୍ରାମର ଟିଟିନ କୁମାର ହାପି ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଆମ୍ଭ ଗ୍ରାମର ନିହାର ରଞ୍ଜନ ହାପିଓ ଅନ୍ୟ ଦୁଇଜଣ ଘରେ ପଶି ପଞ୍ଚାୟତ ନିର୍ବାଚନରେ ମାଛ ଚିହ୍ନରେ ଭୋଟ ଦେବାକୁ ଧମକ ଦେଇଥିଲେ ।ଏହାକୁ ମୁଁ ବିରୋଧ କରିବାରୁ ସେମାନେ ମତେ ଜୀବନରେ ମାରିଦେବାର ଧମକ ଦେଇଥବା ଅଭିଯୋଗ କରିଛନ୍ତି । ଟିଟନଙ୍କ ଅଭିଯୋଗ କ୍ରମେ ୫୦/୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି । ଅନ୍ୟ ପକ୍ଷେ ନିହାର ରଞ୍ଜନ ହାପି ଟିଟନଙ୍କ ନାମରେ ସତ୍ୟବାଦୀ ଥାନାରେ ଏକ ପାଲଟା ଅଭିଯୋଗ ଆଣିଛନ୍ତି । ଧାର ଟଙ୍କା ମାଗିବାରୁ ଟିଟନ ଟଙ୍କା ନ ଦେଇ ମତେ ବକାବନା କରିବାସହ ମୋ ନାମରେ ମିଥ୍ୟା ଅଭିଯୋଗ କରିଥିବା ନେଇ ନିରଞ୍ଜନ ଥାନାରେ  ଅଭିଯୋଗ କରିଛନ୍ତି । ନିରଞ୍ଜନଙ୍କ ଅଭିଯୋଗ କ୍ରମେ ୫୧/୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ନେଇ ସତ୍ୟବାଦୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ଧଳଙ୍କଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୨/୨୦୨୨----୫,୧୫   Sakhigopal News, 8/2/2022

ads

Blog Archive

Popular Posts