ads

Breaking News

ପୂର୍ବତନ ମନ୍ତ୍ରୀ ଙ୍କ ପୁଅ ସିମ୍ରନ ଙ୍କୁ ନେଇ ଚର୍ଚ୍ଚା, ଭାଇ ପାଇଁ ଭାଇର ଭୋଟ ଭିକ୍ଷା

Discussion of former minister's son Simran, brother's vote for brother.

ସଇଁନ୍ତଲା ----ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗଣ୍ଡାରେ ପ୍ରଚାର ମୋର ଧରିଲାଣି । ଗ୍ରାମ ଦାଣ୍ଡରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସରପଞ୍ଚ, ସମିତି ସଭ୍ୟ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି । ଜିଲ୍ଲା ପରିଷଦ ତୁଳନାରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମାଳ ମାଳ ପ୍ରାଥି ମଇଦାନରେ ରହିଛନ୍ତି।
କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଙ୍କ ପୁଅ ସିମ୍ରନ ସିଂ ଭୋଇ ଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ଜୋର ଧରିଛି।ଲୋକଙ୍କ ପାଖରେ ପହଁଚି ଘର କୁ ଘର ବୁଲି  ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି। ଅନ୍ୟପଟେ ଭାଇ ସିମ୍ରନ ଙ୍କ ପାଇଁ ତାଙ୍କ ଭାଇ ଶୁଭେନ ସିଂ ଭୋଇ ଗାଁ ଦାଣ୍ଡରେ ପାଦ ପକାଇ ଥିବା ବେଳେ ଦୁଇ ଭାଇଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।ତେବେ ଆଜି ସିମ୍ରନ ସିଂ ଭୋଇ ଡେଙ୍ଗ ପଞ୍ଚାୟତରେ ସମିତି ସଭ୍ୟ ପ୍ରାଥି ଭାବେ ଲୋକଙ୍କ ସମସ୍ୟା ର ସମାଧାନ କରିବାକୁ ମଇଦାନ କୁ ଓହ୍ଲାଇବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ସିମ୍ରନ ଙ୍କ ମାଆ ମୋନିକା ସିଂ ଭୋଇ ସଇଁନ୍ତଳା ପଞ୍ଚାୟତ ରେ ସମିତି ସଭ୍ୟା ପଦବୀ ପାଇଁ ଲଢ଼ୁଛନ୍ତି। ଶ୍ରୀମତି ଭୋଇ ଆଗରୁ ୩ ଥର ବ୍ଳକ ଅଧ୍ୟକ୍ଷା  ପଦବୀ ରେ ମଧ୍ୟ ରହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ନିର୍ବାଚନ ପରେ ଫଳାଫଳ କଣ ରହୁଛି।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୩/୨/୨୦୨୨----୧୦,୩୦
 Sakhigopal News,3/2/2022

ads

Blog Archive