ads

Breaking News

ବିଦ୍ୟୁତ କର୍ମଚାରୀ ଙ୍କପଦେନ୍ନତି କୁ ନେଇ ନିର୍ବାହୀଯନ୍ତୀଙ୍କ କାର୍ଯ୍ୟଳୟ ସମୁଖରେ ଧାରଣା

   ଭଞ୍ଜନଗର-ଓଡିଶା ରାଜ୍ୟ ବିଦ୍ୟୁତ୍ କର୍ମଚାରୀ ସଂଘ ର ଶାଖା ପକ୍ଷରୁ ମଙ୍ଖଳବାର ଭଞ୍ଜନଗର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘ ଦିନ ଧରି ଲାଇନ୍ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପଦୋନ୍ନତି ଦେବା ପାଇଁ ଟିପିଏସ୍ଓଡିଏଲ୍ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ କର୍ମଚାରୀ ବିଭାଗରେ ୬ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଥିବେ। ବିଭାଗୀୟ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବେ ସେମାନଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦେବା ପାଇଁ କମ୍ପାନି ନିୟମ କରିଛି। ଅନ୍ୟ କିଛି ସ୍ଥାନରେ କର୍ମଚାରୀ ମାନେ ପଦୋନ୍ନତି ପାଇ ସାରିଥିବା ବେଳେ ଭଞ୍ଜନଗରରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ପଦୋନ୍ନତି ପାଇବାକୁ ଥିବା କର୍ମଚାରୀ ମାନଙ୍କୁ ପଦୋନ୍ନତି କରୁନଥିବା ଅଭିଯୋଗ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। କମ୍ପାନି ବିରୋଧରେ ନାରା ଦେବା ସହ ଯଥା ଶ୍ରୀଘ୍ର କର୍ମଚାରୀ ମାନଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିବାକୁ ଦାବି କରିଛନ୍ତି। ଉକ୍ତ ଲାଇନସମ୍ଯାନ ମାନେ ଗୋଡିଏ କ୍ୟାଡରରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ମିଳୁନଥିବାରୁ ଆସନ୍ତୋଷ ବଢିବାରେ ଲାଗିଛି। ଯଥା ସମୟରେ ପଦୋନ୍ନତି ନମିଳିଳେ ସେମାନଙ୍କ ବରିଷ୍ଠତା ହରାଇବେ ବୋଲି କହିଛନ୍ତି। ତେଣୁ ଯଥା ଶ୍ରୀଘ୍ର ସେମାନଙ୍କ ଦାବି ପୂରଣ କରିବା କ୍ଷେତ୍ରରେ କର୍ତ୍ତୁପକ୍ଷ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ନଚେତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୪/୧/୨୦୨୨ Sakhigopal News,4/1/2022

ads

Blog Archive