ads

Breaking News

ରାୟଚକ୍ରଧରପୁର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ

 Meet the alumni of Rayachakradharpur Vidyalaya.




ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଚକ୍ରଧରପୁର ହାଇସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ  ମା ସଙ୍କଟ ତାରିଣୀଙ୍କ ପୀଠ ପରିସରରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପୁରାତନ ଶିକ୍ଷକ ସତ୍ୟବାଦୀ ଦାଶ, ଦାମୋଦର ମହାପାତ୍ର, ଚନ୍ଦ୍ରଶେଖର ତ୍ରିପାଠୀ, ଆବୁ ଆୟୁବ ଖାଁ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପୁଜ୍ୟପୂଜା କରାଯାଇ ଶିକ୍ଷକ  ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା । ଶିକ୍ଷକ ମାନଙ୍କର  କେତେକ କଥା ଉପସ୍ଥିତ ଥିବ ଚାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲା । ବହୁ ଦିନ ପରେ ବନ୍ଧୁମଳିନ ହୋଇଥିବାରୁ ଭାବ ବହ୍ୱଳ ପରିବେଶ ସୃଷ୍ଟ ିହୋଇଥିଲା । ଗରିବଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦ୍ୟେଶରେ ଏକ ଫଣ୍ଡ ଗଠନ କରିବା ପାଇଁ ଶିକ୍ଷକ ସତ୍ୟବାଦୀ ଦାଶ ପ୍ରସ୍ତାବ ଦେଇଥିଲେ । ହରିହର ଜେନା , ସନ୍ତୋଷ କୁମାର ମିଶ୍ର, ପ୍ରଭାକର ସାହୁ, ବିମ୍ବାଧର ପ୍ରଧାନ, ଅଜୟ ମିଶ୍ର, ଧିରେନ୍ଦ୍ର ମିଶ୍ର, ପ୍ରଶାନ୍ତ ମିଶ୍ର, ଭଗବାନ ସାହୁ, ଶଶୀମଣୀ ନନ୍ଦ, ଶୁଲୋଚନା ଭୋଇ, ପୁଷ୍ପଲତା ସାହୁ, ଜେସ୍ନାମଣୀ ସାହୁ, ରମାକାନ୍ତ ମିଶ୍ରସୁନୀତା ମିଶ୍ର ନାରାୟଣ ପ୍ରଧାନ ପ୍ରମୁଖ ବନ୍ଧୁ ମଳନକୁ ପରିଚାଳନା କରିଥିଲେ । 


ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୨---୪,୨୦ 

 Sakhigopal News, 27/1/2022

ads

Blog Archive

Popular Posts