ads

Breaking News

ରୁଣୀମହୁଲ ଛକ ନିକଟରେ ମର୍ମଦନ୍ତ ଦୁର୍ଘଟଣା:ଅଜଣା ଗାଡି ଧକ୍କାରେ ବାଇକ ଆରୋହିଙ୍କର ମୃତ୍ୟୁ

Tragic accident near Runimahul intersection: bike rider killed in unidentified vehicle crash.
ବଲାଙ୍ଗୀର----  ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ରୁଣୀମହୁଲ ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି।ମୃତ୍ୟୁକ ବ୍ୟକ୍ତି ଜଣକ ହେଲେ ଦେଓଗାଁ ଥାନା ଝରାବାହାଲ ଗାଁର ଗୋବିନ୍ଦ ବଗର୍ତ୍ତି।ଗୋବିନ୍ଦ ଗତ କାଲି ନିଜ ସମ୍ପିର୍କୀୟକୁ ସଇଁତଲା ବଡ଼ମାଲ ଛାଡିବା ପାଇଁ ଆସି ଫେରୁଥିବା ବେଳେ ସଇଁତଲା ରୁଣୀମହୁଲ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ  ଯୁବକଙ୍କ ମୃତ୍ୟୁ ହୋଇଥିଲା  । ପରେ ସ୍ଥାନୀୟ ଲୋକେ ଖବର ପାଇ ସଇଁତଲା ପୋଲିସକୁ ସୂଚନା ଦେଇଥିଲେ।  ସଇଁତଲା ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ଶବକୁ ଜବତ କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା ଓ ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ବଲାଙ୍ଗୀର ବଡ଼ ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୩/୧/୨୦୨୨-----୮,୨୦ 
 Sakhigopal News,3/1/2022

ads

Blog Archive