ads

Breaking News

ଓଡିଶାକୁ ମାଡି ଆସୁଛି ଫନି; ଡେଲାଙ୍ଗ ବ୍ଳକ ପ୍ରଶାସନ ସଜାଗ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ଆଜି ଡେଲାଙ୍ଗ ପଞ୍ଚାୟତ ସମିତିର ସଭାଗୃହ ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେହଠକରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ କ୍ଷୀରୋଦ ପ୍ରଧାନ, ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଂଜନ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସୌମେନ୍ଦୁ ଭୁତିଆ, ଅତିରିକ୍ତ ବିଡିଓପ୍ରଦୀପ୍ତ କୁମାର ନାୟକ, ସିଡିପିଓ କାମିନି ପ୍ରଭା ସ୍ୱାଇଁ, ଜିପିଓ ପୂର୍ଣ୍ଣଚନ୍ଦ୍ର ସେଠୀ, ଜେଇ ସ୍ୱାଗତିକା ପ୍ରଧାନ ଓ ବ୍ଳକ ଯୋଗାଣ ନୀରିକ୍ଷକ ଲିପିସା ରାଉତଙ୍କ ସହିତ ବିଭିନ୍ନ ପଞ୍ଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ  । କିପରି ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ତାନନ୍ତରିତ କରାଯିବ, ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କୁ ବାତ୍ୟା ସମୟରେ ବାହାରକୁ ନ ଛାଡିବା, ରବି ଜାତୀୟ ଫସଲ ତୁରନ୍ତ ଅମଳ କରିବା ସହ ସୁରକ୍ଷିତ ଜାଗାରେ ରଖିôବା , ଶୁଖିଲା ଖାଦ୍ୟ ମହଜୁଦ ରଖିବା, ମହମବତୀ, ମୋବାଇଲିରେ ଚାର୍ଜ ରଖିବା ଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା  । ଯେଉଁମାନେ ବାତ୍ୟା ଆଶୟସ୍ଥଳୀକୁ ଆସିବେ ତୁରନ୍ତ ସେମାନଙ୍କ ନାମ ଓ ଲିଷ୍ଟ ବ୍ଳକକୁ ପଠାଇବା ସହ ସେମାନଙ୍କୁ ରନ୍ଦାଖାଦ୍ୟ ଦେବାର ବନ୍ଦୋବସ୍ଥ କରାଯିବ । ସମସ୍ତ ୱାର୍ଡରେ ବା ଗ୍ରାମରେ ଆଶା କର୍ମୀ ମାନେ ସଜାଗ ରହିବେ  । ଗ୍ରାମରେ ଥିବା ଗର୍ଭବତୀ  ମା ମାନଙ୍କର କିପରି ଯନ୍ତ୍ର ନିଆଯିବ ଆଦି ସମ୍ପର୍କରେ ଆଲେଚନା କରାଯାଇଥିଲା  । ବ୍ଳକ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟୋଲରୁମ ଖୋଲାଯାଇଛି ବୋଲି ବିଡିଓଙ୍କ ଠାରୁ ସୂଚନା ମିଳିଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts