ads

Breaking News

ବାତ୍ଯା ଫନି ଯୋଗୁ କାଲି ସବୁ ଠଫ ହେବାର ସମ୍ଭାବନା



ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନିକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫନି ପ୍ରଭାବରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିଯୋଗୁ ବିଜୁଳି ଖୁଣ୍ଟ ଉପୁଡ଼ିବା ଏବଂ ତା’ର ଛିଡ଼ିବାର ସମ୍ଭାବନା ରହିଛି। ତେଣୁ ବିପଦ ଆଶଙ୍କାରେ ପବନର ବେଗ ୫୦ ଛୁଇଁବା କ୍ଷଣି ଶକ୍ତି ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି । ବାତ୍ୟା ପରେ ବିଜୁଳି ଖୁଣ୍ଟ ଏବଂ ତାରକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଯାଇ ବିଜୁଳି ସଂଯୋଗ କରାଯିବ।” ବିଦ୍ୟୁତ ଯୋଗାଣ ବନ୍ଦ ହେବା ସହିତ ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ଠପ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାପଡିଛି । ଧୀରେନ୍ଦ୍ର ସେନାପତି
                  
                             

ads

Blog Archive

Popular Posts