ads

Breaking News

କିଶୋରୀ ବାଳିକା ମାନଙ୍କ ପାଇଁ ଶିକ୍ଷା ପ୍ରଶିକ୍ଷଣ ଶିବିର


ଡେଲାଙ୍ଗ-----
ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ  କିଶୋରୀ  ବାଳିକା  ମାନଙ୍କୁ ଶିକ୍ଷା ପ୍ରଶିକ୍ଷଣ  ଗତ ଶୁକ୍ରବାର ଦିନ ପାଳିତ ହୋଯାଇଅଛି। ବିଦ୍ୟାଳୟର  ପ୍ରଧାନଶିକ୍ଷକ ଶ୍ରୀ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ସଂଗୀତା ନାୟକ,ମୁଖ୍ୟ ବକ୍ତା ଭାବେ ଯୋଗଗୁରୁ ଆଶିଷ ମାଝୀ ଯୋଗ ଦେଇ  ଛାତ୍ରୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ  ପରାମର୍ଶ ଦେଇଥିଲେ।ଶିକ୍ଷୟିତ୍ରୀ ସବିତା ପାଢ଼ୀ ଓ ଡାକ୍ତର ନାୟକ  ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀ  ଗୋଦାବରୀ ସ୍ୱାଇଁ ,ସବିତା ପାଢ଼ୀ , ସ୍ନେହଲତା ସାହୁ, ପଳିଶ୍ରୀ ସେଠୀ,ଶୁଭଶ୍ରୀ ମହାପାତ୍ର ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ।ଶିକ୍ଷକ ମିହିର କୁମାର ମିଶ୍ର , ବସନ୍ତ କୁମାର ପ୍ରଧାନ,  ସୌମ୍ୟ ରଞ୍ଜନ ବେହେରା,ସତ୍ୟବ୍ରତ ମିଶ୍ର ଚିତ୍ରାଙ୍କନ,ଝୋଟି,କୁଇଜ୍ ଆଦି ପ୍ରତିଯୋଗିତା  କରିଥିଲେ। କ୍ରୀଡ଼ା  ଶିକ୍ଷୟିତ୍ରୀ ନନ୍ଦିତାରଣି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୪/୨୦୨୫----୧୧,୧୦ Sakhigopal News,1/4/2025

ads

Blog Archive

Popular Posts