ads

Breaking News

ସତ୍ୟବାଦୀ ଲୋକକଳା ଗ୍ରାମରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ସାକ୍ଷୀଗୋପାଳ,---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଲୋକକଳାଗ୍ରାମ ସାରଙ୍ଗଯୋଡ଼ିର ଦୁଇ ପ୍ରମୁଖ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଲୋକକଳାଗ୍ରାମ ଘୋଷିତ ହେବାର ୬ଷ୍ଠ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଅଛି।ବିଶିଷ୍ଟ ଲୋକକଳା ଗୁରୁ କୁଳମଣି ବିଶ୍ଵାଳ ଉଭୟ ମହାମନିଷୀଙ୍କ ଫଟୋରେ ମାଲ୍ୟାର୍ପଣ କରିବା ପରେ ରାମଧୂନ ଓ ହରିନାମ ସଂକୀର୍ତ୍ତନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକ ସଂକୀର୍ତ୍ତନ ପରିବେଷଣ କରିଥିଲେ।ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ତଥା କ୍ଷେତ୍ରପାଳୀ ମୃଦଙ୍ଗ ଅନୁଷ୍ଠାନ ସଂପାଦକ ରମେଶ ଚନ୍ଦ୍ର ପଲେଇ ସ୍ଵାଗତ ଭାଷଣ ଦେଇଥିଲେ।ଶିକ୍ଷକ ହେମେନ୍ଦ୍ର ନାଥ ପଟ୍ଟନାୟକ ଓ ସଦାଶିବ ବରାଳ ଉଭୟ ମହାପୁରୁଷଙ୍କ ସ୍ମୁତି ଗାନ କରିଥିଲେ।ଗୁରୁ କୁଳମଣି ବିଶ୍ଵାଳ, ଗୁରୁ ପୂର୍ଣ୍ଣଚନ୍ଦ୍ର ବାରିକ ଓ ଗୁରୁ ଧୁରନ୍ଧର ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।ପୂର୍ବତନ ସମିତି ସଭ୍ୟ ସୁଧୀର ସ୍ଵାଇଁ,ସୁଦର୍ଶନ ପରିଡ଼ା, ରବୀନ୍ଦ୍ର ସାହୁ, ରମେଶ ଚନ୍ଦ୍ର ଦାସ, ବିଜୟ ନାୟକ,ସମୀର କୁମାର ପଲେଇ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ।ପ୍ରକାଶ ଥାଉ କି ୨୦୧୮ ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ସାରଙ୍ଗଯୋଡି କୁ ପୁରୀ ଜିଲ୍ଲାର ଲୋକକଳାଗ୍ରାମ ଭାବେ ଘୋଷଣା କରାଯାଇଥିଲା । ଏହି କଥାକୁ ମନେରଖିବା ପାଇଁ ଲୋକକଳାଗ୍ରାମ ତରଫରୁ ପ୍ରତିବର୍ଷ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଉଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ୨/୧୦/୨୦୨୪,୭,୧୦ Sakhigopal News,2/10/2024--

ads

Blog Archive

Popular Posts