ads

Breaking News

ସତ୍ୟବାଦୀରେ ଜଗା ବଳିଆ ପାଇଁ ବୃକ୍ଷ ରୋପଣ

Planting trees for a strong place in the truth


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବରାଳସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ୱ ପରିବେଷ ଦିବସ ଅବସରରେ ଗଜା ବଳିଆ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜଗା ବଳିଆ ପାଇଁ ଏହି ବାର୍ତ୍ତା  ସାରା ଓଡିଶାରେ ପହଞ୍ଚିବା ସହ ଗାଁ ଗାଁ ଓ ପରିବାର ମାନଙ୍କ ପାଖରେ ଆହ୍ୱନ ଦିଆଯାଇଛି ।  ମିଶନ ଓଡିଶା, ଓଡିଶା ଯୁବ ଚେତନା ସଂଗଠନ, ପ୍ରେରଣା ଓ ମାର୍ସ ସଂଗଠନର ମିଳିତ  ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ  ସମାଜସେବୀ ବଦ୍ରିମିଶ୍ର, ଆଜି ବିଶ୍ୱ ପରିବେଶ ଦିବସରେ ରାଜ୍ୟ ସରକାରଙ୍କ ଠାରୁ ପ୍ରକୃତି ମିତ୍ର ପୁରଷ୍କାର ପାଇଥିବା ମଧୁସୂଦନ ମିଶ୍ରଙ୍କ ସହିତ ଭାସ୍କର ପୂଜାରୀ, ପ୍ରଣବ ମହାପାତ୍ର, ପ୍ରଦୀପ ମହାପାତ୍ର, କୃଷ୍ଣୁଚନ୍ଦ୍ର ମହାପାତ୍ର, ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ଦାଶ, ଟୁଟୁନ ମହାପାତ୍ର,  ନାରାୟଣ ମହାପାତ୍ର ଙ୍କ ସହିତ ଗ୍ରାମବାସୀ ମାନଙ୍କ ସହଯୋଗରେ ବୃକ୍ଷ ରୋପଣ କରାଯାଇଥିଲା । ଗଛ ଗୋଟିଏ ଜୀବନ କୋଟିଏ , ଜଗା ବଳିଆ ପାଇଁ ଗଛଟିଏ ଏହି ସ୍କୋଗାନ ଓଡିଶାରେ ଗୁଞ୍ଜନ ହେଉ ବୋଲି ମିଶନ ଓଡିଶାର ସମ୍ପାଦକ ମଧୁ ସୂଦନ ମିଶ୍ର କହିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୨----୧୦-୨୫

ads

Blog Archive

Popular Posts